ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କୋଭିଡ କେୟାର ସେଣ୍ଟର ତରଫରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସ୍ଥାନୀୟ ଚନ୍ଦ୍ର ଶେଖର ଆବାସିକ ବିଦ୍ୟାଳୟ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶୋଭାଯାତ୍ରା କୁ ଡାକ୍ତର ଫନି ଭୁଷଣ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଖଣ୍ଡପଡ଼ା ବିଡ଼ିଓ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରକ୍ତଦାନ ଶିବିରକୁ କୋଭିଡ କେୟାର ସେଣ୍ଟରର ଡାକ୍ତର ପ୍ରଦିପ କୁମାର ପାଇକରାୟ ପରିଚାଳନା କରିଥିବା ବେଳେ ସମାଜସେବୀ ମହେନ୍ଦ୍ର କୁମାର ବାରିକ ସଂଯୋଜନା କରିଥିଲେ । କୋଭିଡ କେୟାର ସେଣ୍ଟରର ଡାକ୍ତର, ନର୍ସ, ଷ୍ଟାଫ୍ ମାନେ ରକ୍ତଦାନ କରି ୫୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । କରୋନା ମହାମାରୀ ସଂକ୍ରମଣ ପରି ଜରୁରୀକାଳୀନ ପରିସ୍ଥିତିରେ ଅହରହ ସେବା ପ୍ରଦାନ କରୁଥିବା କର୍ମଚାରୀ ମାନେ ନିଜେ ରକ୍ତଦାନ କରିବା ଘଟଣା ଅନ୍ୟ ମାନଙ୍କ ପାଇଁ ଉଦାହରଣ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି .
ଖଣ୍ଡପଡାରେ ରକ୍ତଦାନ ଶିବିର !!

