ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପରୀକୁ ନ୍ୟାୟ ପ୍ରଦାନ ପାଇଁ ଭାରତୀୟ ଜନତା ପାର୍ଟିର ପଦଯାତ୍ରା ଆରମ୍ଭ . ନୟାଗଡ଼ର ବହୁ ଚର୍ଚ୍ଚିତ ନାବାଳିକା ଅପହରଣ ଏବଂ ହତ୍ୟା ଘଟଣାରେ ତଦନ୍ତରେ ଅବହେଳା ଅଭିଯୋଗରେ ଭାରତୀୟ ଜନତା ପାର୍ଟି ଆପଣେଇଛି ଆନ୍ଦୋଳନ ପନ୍ଥା . ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ ସହ ଘଟଣାର ସିବିଆଇ ତଦନ୍ତ ଦାବୀରେ ନୟାଗଡ ଜିଲ୍ଲା ମୁଖ୍ୟାଳୟରେ ଧାରଣା ଦେଇଛି ବିଜେପି . ପରୀକୁ ନ୍ୟାୟ ପ୍ରଦାନ ପାଇଁ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଠାରୁ ନୟାଗଡ ଯଦୁପୁର ପର୍ଯ୍ୟନ୍ତ ବିଜେପି କର୍ମୀମାନେ ପଦଯାତ୍ରା ଆରମ୍ଭ କରିଛନ୍ତି . ପ୍ରଥମ ଦିନରେ ଭୁବନେଶ୍ୱରରୁ ଯାଆଁଳା , ଦ୍ଵିତୀୟ ଦିନରେ ଯାଆଁଳା ଠାରୁ ସାରୁଅ , ତୃତୀୟ ଦିନରେ ସାରୁଅ ଠାରୁ ଇଟାମାଟି ଏବଂ ଶେଷ ଦିନରେ ଇଟାମାଟି ଠାରୁ ଯଦୁପୁର ପର୍ଯ୍ୟନ୍ତ ଏହି ପଦଯାତ୍ରା ଅନୁଷ୍ଠିତ ହେବ . ନୟାଗଡ ପୁଲିସ ର ତଦନ୍ତରେ ଅବହେଳା , ସ୍ଥାନୀୟ ବିଧାୟକଙ୍କର ଅଭିଯୁକ୍ତକୁ ସୁରକ୍ଷା , ଏସଆଇଟି ତଦନ୍ତ ନାମରେ କାଳକ୍ଷେପଣ ନୀତିକୁ ବିରୋଧ କରି ଯଦୁପୁର ଗ୍ରାମରେ ଏକ ପ୍ରତିବାଦ ସମାବେଶ ଆୟୋଜନ କରାଯିବ ବୋଲି ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି .