ବିଖ୍ୟାତ ଅର୍ଥନୈତିକ ତଥା ପୂର୍ବତନ କୁଳପତି ଡକ୍ଟର ଦେବେନ୍ଦ୍ର ଚନ୍ଦ୍ର ମିଶ୍ରଙ୍କ ଶତବାର୍ଷିକ ସମାରୋହ !!!

0
343

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ରେ ଭାରତ ବର୍ଷର ପ୍ରଖ୍ୟାତ ଅର୍ଥନୀତି ବିଶାରଦ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ଡକ୍ଟର ଦେବେନ୍ଦ୍ର ଚନ୍ଦ୍ର ମିଶ୍ର ଙ୍କ ଶତବାର୍ଷିକ ସମାରୋହ ପାଳିତ ହୋଇଯାଇଛି । ଏହି ଶତ ବାର୍ଷିକ ସମାରୋହରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଙ୍କୀରେ ଜନ୍ମିତ ଏହି ବରପୁତ୍ର ଙ୍କ ସମ୍ପର୍କରେ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ ।

ଡକ୍ଟର ମିଶ୍ର ଆମେରିକାର ହାବାର୍ଡ ବିଶ୍ୱବିଦ୍ୟାଳୟ ରୁ ଅର୍ଥନୀତି ରେ ଡକ୍ଟରେଟ ହାସଲ କରି ନିଜ ମାଟି ଓଡ଼ିଶାରେ ନିଜର କର୍ମଭୂମି ଭାବେ ଅର୍ଥନୀତି ରେ ରେଭେନ୍ସା ମହାବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ । ହାବାର୍ଡ ବିଶ୍ୱବିଦ୍ୟାଳୟ ରେ ପାଠ ପଢିଲା ବେଳେ ଜନ ଏଫ କେନେଡି ତାଙ୍କ ସହପାଠୀ ଥିଲେ । କେନେଡି ଆମେରିକା ର ରାଷ୍ଟ୍ରପତି ହେବା ପରେ ଦେବେନ୍ଦ୍ର ଙ୍କୁ ଆମେରିକା ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେବା ପାଇଁ ଅନୁରୋଧ କରିଥିଲେ ମାତ୍ର ଦେବେନ୍ଦ୍ର ମନା କରିଥିଲେ । ନିଜ ଅଞ୍ଚଳର ତଥା ରାଜ୍ୟ ଓ ଦେଶ ର ଅର୍ଥନୀତି ର ଉନ୍ନତି ପାଇଁ କାର୍ଯ୍ୟ କରିବି ବୋଲି କହିଥିଲେ । ରାଜ୍ୟ ର ଶିକ୍ଷା ବିଭାଗ ର ବହୁ ପଦବୀ ଓ ଅର୍ଥନୈତିକ ଜୁରୀ ଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ର କୁଳପତି ଭାବେ କାର୍ଯ୍ୟ କରି ବିଶ୍ୱବିଦ୍ୟାଳୟକୁ ଉନ୍ନତି ଓ ଉତ୍କର୍ଷତାର ମାର୍ଗ ଦେଖାଇଥିଲେ । ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ବାଜପେୟୀଙ୍କ ମୁଖ୍ୟପରାମର୍ଶ ଦାତା ବ୍ରଜେଶ ମିଶ୍ର ଙ୍କ ଦେବେନ୍ଦ୍ର ଥିଲେ ଅର୍ଥନୈତିକ ପରାମର୍ଶଦାତା ।

ଜୀବନ ଶେଷ ସମୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଦେବେନ୍ଦ୍ର ଙ୍କୁ ଡକ୍ଟରେକ୍ଟ ଉପାଧି ପ୍ରଦାନ କରିଥିଲା । ଦେବେନ୍ଦ୍ର ଙ୍କୁ ଲୋକେ ଡକ୍ଟର ଡିସି ନାମରେ ଜାଣିଥାନ୍ତି । ଡକ୍ଟର ଡିସି ଓଡ଼ିଶାର ଏକମାତ୍ର ବ୍ୟକ୍ତି ଯିଏ ଜୀବନ କାଳରେ ଦୁଇଟି ଡକ୍ଟରେଟ ପାଇଛନ୍ତି । ବାଙ୍କୀ ମହାବିଦ୍ୟାଳୟ ଓ ବାଙ୍କୀ ଗଠନ ରେ ତାଙ୍କର ଭୂମିକା ଅତୁଳନୀୟ ସେ ଯେହେତୁ ପ୍ରଚାର ପ୍ରେମୀ ନୁହନ୍ତି ତେଣୁ ବାଙ୍କୀ ଲୋକ ତାଙ୍କ ପ୍ରଚେଷ୍ଟା ରେ ବାଙ୍କୀ ର ବିକାଶ ଜାଣି ନାହାନ୍ତି ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବାଙ୍କୀ ପ୍ରେସ କ୍ଲବ ର ସଭାପତି ବଳଭଦ୍ର ପଣ୍ଡା, ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ନିରଞ୍ଜନ ସିଆ, ପ୍ରାଧ୍ୟାପକ ମନୋଜ ମହାପାତ୍ର, ଦେବେନ୍ଦ୍ର ଙ୍କ କନ୍ୟା ଡକ୍ଟର ରଶ୍ମି ମିଶ୍ର ଅତିଥି ଭାବେ ଯୋଗଦେଇ ଡକ୍ଟର ଡିସି ଙ୍କ ସ୍ମୃତି ଚାରଣ କରିଥିଲେ ।

କାର୍ଯ୍ୟକ୍ରମ ରେ ପ୍ରାଧ୍ୟାପକ ଯୋଗିନାଥ ମଲ୍ଲିକ, ମାସିକ ସାହିତ୍ୟ ଆସର ସଭାପତି ଇଂଜିନିୟର ସତ୍ୟବ୍ରତ ରଥ, ପଣ୍ଡିତ ଗୋବିନ୍ଦ ତ୍ରିପାଠୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସତ୍ୟଜିତ ଦାସ ପ୍ରମୁଖ ଡକ୍ଟର ଡ଼ିସି ଙ୍କ ସମ୍ପର୍କରେ ଆଲୋକପାତ କରି ଏହି ପରି ଜଣେ ମହାପୁରୁଷ ବରପୁତ୍ର ବାଙ୍କୀ ଚର୍ଚ୍ଚକା ଗ୍ରାମରେ ଜନ୍ମ ଆଜକୁ ୧୦୦ବର୍ଷ ତଳେ ଜନ୍ମ ଗ୍ରହଣ କରିଥିବାରୁ ଆମେ ବାଙ୍କୀ ବାସୀ ଗର୍ବିତ ବୋଲି କହିଥିଲେ । ଡକ୍ଟର ଡିସି ଙ୍କ ଏକ ଫଟୋ ବାଙ୍କୀ କଲେଜ ଓ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ କୁ ଆଜିର କାର୍ଯ୍ୟକ୍ରମ ର ଆୟୋଜକ ଦେବେନ୍ଦ୍ର ଚନ୍ଦ୍ର ସ୍ମୃତି ପରିଷଦ ପକ୍ଷରୁ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଉମେଶ ଚନ୍ଦ୍ର ମିଶ୍ର, ଗୌତମ ମିଶ୍ର, ରଶ୍ମି ମିଶ୍ର ଓ ଜ୍ଞାନେନ୍ଦ୍ର ମୋହନ ମିଶ୍ର ଙ୍କୁ କାର୍ଯ୍ୟକ୍ରମ ସଫଳ ପାଇଁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ସମରେନ୍ଦ୍ର ମୋହନ ମିଶ୍ର, ଭଗବାନ ସାମଲ, ଦିଲ୍ଲୀପ ମିଶ୍ର, କମଳା କାନ୍ତ ମିଶ୍ର, ସନାତନ ବେହେରା, ସୋଭନ ମହାନ୍ତି, ମାନସ କର, ପଠାଣି ବେହେରା, କୀର୍ତ୍ତନ ବେହେରା, ସନାତନ ବେହେରା, ସାମ୍ବାଦିକ ଅନନ୍ତ ରଣା, ମନୋଜ ଦଳେଇ, ଅଶୋକ ରଣା, ଅନ୍ତଃରାଷ୍ଟ୍ରୀୟ କଳିଙ୍ଗ କୃତି ସଂସ୍ଥାନ ର ଉପସଭାପତି ଗୌତମ ମିଶ୍ର ଙ୍କ ସମେତ ବହୁ ଦେବେନ୍ଦ୍ର ପ୍ରେମୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଆବାହକ ଜ୍ଞାନେନ୍ଦ୍ର ମୋହନ ମିଶ୍ର ପାରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here