ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନୀଲ କୁମାର ଲେଙ୍କା : ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଢିଅସାହି ବଜାରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଡକାୟତି ଉଦ୍ୟମ । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ବ୍ୟାଙ୍କରୁ ଟଙ୍କା ଚୋରି ଉଦ୍ୟମ କରିଥିଲେ । ତେବେ ଲୁଟିଆ ମାନେ ବ୍ୟାଙ୍କ ଭିତରେ ଥିବା ଲକର ରୁମ ପର୍ଯ୍ୟନ୍ତ ଯିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ପରେ ସେମାନେ ଗ୍ୟାସ କଟରରେ ଷ୍ଟିଲ ଆଲମିରାକୁ କାଟି ଦେଇଥିବା ବେଳେ ସେଥିରେ ଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ ।
ଆଜି ସକାଳୁ ବ୍ୟାଙ୍କ କର୍ମଚାରୀ ତଥା ସ୍ଥାନୀୟ ଲୋକମାନେ ଜାଣିବା ପରେ ପୋଲିସ କୁ ଖବର ଦେଇଥିଲେ । ପୋଲିସ ବ୍ୟାଙ୍କରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳର କିଛି ନିଶାସକ୍ତ ଯୁବକ ଏଭଳି ଘଟଣା କରିଥିବାର ସନ୍ଦେହ କରାଯାଉଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।