ଓଡିଶା ପ୍ରଗତିଦଳ ର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହର ସ୍ଥିତ ଗୋପବନ୍ଧୁ ଟାଉନ ହଲ ରେ ଓଡିଶା ପ୍ରଗତିଦଳ ର ଏକ ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲାର ଶ୍ରୀ ବଳଦେବଜୀଉ ଙ୍କ ପାଖରେ ପୂଜାର୍ଚ୍ଚନା କରି ଦଳର ନେତୃବୃନ୍ଦ କୋର୍ଟ ପାଖରେ ଥିବା ମଧୁବାବୁଙ୍କ ର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ବାଜିଚୌକ ଠାରେ ଥିବା ସହିଦ ବାଜିରାଉତ ଙ୍କ ପ୍ରତିମୂର୍ତ୍ତରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ଟାଉନହଲ ମଧ୍ୟରେ ଦ୍ୱୀପ ପ୍ରଜ୍ବଳନ କରାଯିବା ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମଧୁବାବୁଙ୍କ ତିରୋଧାନ ଦିବସ ଉପଲକ୍ଷେ ସମସ୍ତ କର୍ମକର୍ତ୍ତା ଟାଉନ ହଲ ମଧ୍ୟରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।

ଆୟୋଜିତ ଏହି ଦଳୀୟ ବୈଠକରେ ଦଳର କାର୍ଯ୍ୟକ୍ରମ ,ବିରୋଧୀ ବଞ୍ଚାଓ ସହ, ଦଳୀୟ କାର୍ଯ୍ୟପନ୍ଥା ବିଷୟରେ ରାଜ୍ୟ ସଭାପତି ଜନ୍ମେଜୟ ରୋହି ଦାସ କର୍ମକର୍ତ୍ତା ମାନଙ୍କୁ ଅବଗତ କରାଇଥିଲେ । ଓଡିଶା ପ୍ରଗତିଦଳ ର ରାଜ୍ୟ ସଭାପତି ଜନ୍ମେଜୟ ରୋହି ଦାସ, ରାଜ୍ୟ ଉପସଭାପତି ଗିରିଜା ପ୍ରସାଦ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ସୋମନାଥ ମହାନ୍ତି, ସଂଗଠନ ସାଧାରଣ ସମ୍ପାଦକ ଉତ୍କଳ କେଶରୀ ବିଶ୍ୱାଳ , ରାଜ୍ୟ ମୁଖପାତ୍ର ଦିବ୍ୟ ରଞ୍ଜନ ସ୍ୱାଇଁ , ମହାସଚିବ ତରୁଣ ପତି, ଦଳର ଜିଲ୍ଲା ସମ୍ପାଦକ ନୁରୂଲ ଇସଲାମ, ଜିଲ୍ଲା ସଭାପତି ଏବଂ ପୁରୀ ପର୍ଯ୍ୟବେକ୍ଷକ ପ୍ରତାପ ପଣ୍ଡା ଙ୍କ ସମେତ ସବୁ ଜିଲ୍ଲାର ସଭାପତି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ ।

ବୈଠକରେ ଢେଙ୍କାନାଳ ଜିଲ୍ଲାର କାର୍ଯ୍ୟ ବିବରଣୀ ପାଠ କରିଥିଲେ ଜିଲ୍ଲା ସଭାପତି ପ୍ରତାପ ପଣ୍ଡା । ବୈଠକରେ ମଞ୍ଚ ପରିଚାଳନା କରିଥିଲେ ଉତ୍କଳ କେଶରୀ ବିଶ୍ୱାଳ । ପରିଶେଷରେ ରାଜ୍ୟ ଉପସଭାପତି ଗିରିଜା ପ୍ରସାଦ ମହାନ୍ତି ଧନ୍ୟବାଦ ଦେବା ସହ ବୈଠକକୁ ସମାପ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *