ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : କଣିହାଁ ବ୍ଲକ ସମଲ ବ୍ୟାରେଜ ସ୍ଥିତ ବଜରଙ୍ଗ ସେବା ସମିତି ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି . ବଜରଙ୍ଗ ସେବା ସମିତି ର ସଭାପତି ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଣିହାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରମେଶ ଚନ୍ଦ୍ର ଜେନା, ସମଲ ସରପଞ୍ଚ ଶ୍ରୀମତୀ କଳ୍ପନା ସାହୁ , କଣିହାଁ କଲେଜ ର ପ୍ରିନ୍ସପାଲ ଆଲୋକ କୁମାର ପାତ୍ର, ପୂର୍ବତନ ସରପଞ୍ଚ ଜୟନ୍ତ କୁମାର ପ୍ରଧାନ, ସ୍ଥାନୀୟ ଆଇନଜୀବୀ ଓକିଲ ଜୟନ୍ତ କୁମାର ହୋତା ପ୍ରମୂଖ ଅତିଥି ଭାବରେ ଯୋଗଦାନ କରିଥିଲେ . ସୂଚନାଯୋଗ୍ୟ , ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟରେ ନିଜକୁ ଯୋଡି ରଖିଛି ବଜରଙ୍ଗ ସେବା ସମିତି .
ବଜରଙ୍ଗ ସେବା ସମିତିର ବାର୍ଷିକ ଉତ୍ସବ !!

