ନୟାଗଡ଼ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୂଆଗାଁ ବ୍ଲକ ନୂଆଗାଁ ଠାରୁ ଡ଼ିମିରିପଲ୍ଲୀ ରାସ୍ତା କଦର୍ଯ୍ୟ ଥିବା ବେଳେ ଲୋକଙ୍କ ଅନେକ ଦିନର ସମସ୍ୟା ର ସମାଧାନ ହେବାକୁ ଯାଉଛି l ଓଡଗାଁ ଠାରୁ କାପ୍ତାପଲ୍ଲୀ, ଡ଼ିମିରିପଲ୍ଲୀ ଦେଇ ନୂଆଗାଁ କୁ ସଂଯୋଗ ହୋଇଥିବା ରାସ୍ତା ଓଡଗାଁ ଠାରୁ ଡ଼ିମିରିପଲ୍ଲୀ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ୍ତ ହୋଇସାରିଥିବା ସମୟରେ ଡ଼ିମିରିପଲ୍ଲୀ ଠାରୁ ନୂଆଗାଁ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ଥିଲା l
ଲୋକମାନଙ୍କର ନିତିଦିନିଆ ସମସ୍ୟାରେ ସୁଧାର ଆଣିବା ପାଇଁ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ରାସ୍ତା ପୁନଃନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି . ସରକାରଙ୍କ ପୂର୍ତ୍ତ ବିଭାଗ ଦ୍ଵାରା ମଂଜୁର ହୋଥିବା 18କୋଟି ଟଙ୍କା ବ୍ୟୟରେ ରାସ୍ତାର ନିର୍ମାଣ କରାଯିବ l କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଲୋକେ ଦଶପଲ୍ଲା ବିଧାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ବିରୁପାକ୍ଷେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଆଣିଥିଲେ l ବିଧାୟକ ମନ୍ଦିରରେ ଭୋଳାନାଥ ଙ୍କୁ ଦର୍ଶନ କରି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l
ତାପରେ ଏକ ସଭାର ଆୟୋଜନ ହୋଇଥିଲା l ସଭାରେ ମୁଖ୍ୟ ଅତିଥି ଦଶପଲ୍ଲା ବିଧ୍ୟାକ ରମେଶ ଚନ୍ଦ୍ର ବେହେରା ଙ୍କ ସମେତ ନୂଆଗାଁ ବ୍ଲକ ଉପାଧ୍ୟାକ୍ଷା ପୁଷ୍ପାଞ୍ଜଳି ସାହୁ , ଆସିଷ୍ଟାଣ୍ଟ ଏକଜୁଟିଭ ଇଞ୍ଜିନିଅର ଦଶପଲ୍ଲା ଭଗବାନ ସାହୁ , ନୂଆଗାଁ ବ୍ଲକ ବିଜେଡି ସଭାପତି ସନ୍ୟାସୀ ସାମଲ, ଉପ-ସଭାପତି ମୁରଲୀ ଜେନା, ସାଂସଦଙ୍କ ପ୍ରତିନିଧି ନୂଆଗାଁ ବିଜୟ କୁମାର ସାସମଲ ଉପସ୍ଥିତ ରହିଥିଲେ . ନୂଆଗାଁ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ସଭାକାର୍ଯ୍ୟକୁ ସମ୍ପାଦନା କରିଥିଲା ବେଳେ ବିଜେଡି ଉପ-ସଭାପତି ମୁରଲୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l ଏକ ବର୍ଷ ଭିତରେ କାମ ସାରିବାକୁ ଠିକା କମ୍ପାନୀ କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ll