କବି ଆଶିଷ କୁମାର ସ୍ୱାଇଁ ପାଇଲେ ” ପ୍ରିୟ କବି ଲେଖକ ସମ୍ମାନ :୨୦୨୧”

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କବି ଆଶିଷ କୁମାର ସ୍ୱାଇଁ ପାଇଲେ ” ପ୍ରିୟ କବି ଲେଖକ ସମ୍ମାନ :୨୦୨୧” . କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ, ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ-ଓଡ଼ିଶା, ସରସ୍ୱତୀ କଳା ପରିଷଦ , ମୁହାଁଣ ସାହିତ୍ୟ ସଂସଦ-ମୁମ୍ବାଇ ପକ୍ଷରୁ ଯୁବ କଵି ଆଶିଷ କୁମାର ସ୍ୱାଇଁଙ୍କୁ ତାଙ୍କ ଉଲ୍ଲେଖନୀୟ କୃତିତ୍ୱ ନିମନ୍ତେ ଶୁଭେଚ୍ଛା ଓ ସଫଳତାକୁ ଉଚ୍ଚ ପ୍ରଶଂସା କରାଯାଇଛି ।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଉପକଣ୍ଠ ବ୍ରହ୍ମଗିରି ଅଞ୍ଚଳର ଉଦୀୟମାନ ଯୁବ ପ୍ରତିଭା କବି ଆଶିଷ କୁମାର ସ୍ୱାଇଁ ଙ୍କୁ ସାହିତ୍ୟସେଵା ପାଇଁ କେଦାର ଭାରତୀ ଯୁବ ସାହିତ୍ୟ ସଂସଦ, ବାଲେଶ୍ଵର ପକ୍ଷରୁ କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ବାର୍ଷିକ ବିଶେଷାଙ୍କ ଉନ୍ମୋଚନ ଅବସରରେ ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ସାହିତ୍ୟ ସଭାରେ “ପ୍ରିୟ କବି ଲେଖକ ସମ୍ମାନ – ୨୦୨୧” ପ୍ରଦାନ କରାଯାଇଛି । ଉତ୍ସବରେ ମୁଖ୍ୟ ଅତିଥି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଭାପତି ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ନାୟକ, ମୁଖ୍ୟବକ୍ତା ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ବିଜେପି ଜିଲ୍ଳା ସଭାପତି ଉମାକାନ୍ତ ମହାପାତ୍ର, ସମାଜସେବୀ ଶ୍ରୀନାଥ ବେହେରା ଓ ଆର.ଜି.ଫିନ୍ ସର୍ଭିସେସ୍ ସିନିୟର ଜିଏମ ମଞ୍ଜୁର ଇଲ୍ଲାହି ଖାଁ, ରଶ୍ମିରଞ୍ଜନ ଦାସ, ତପନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା କାର୍ତ୍ତିକ ଚନ୍ଦ୍ର ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *