ବରିଷ୍ଠ ନାଗରିକ ନେଲେ କୋଭିଡ ଟୀକା !

0
172

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ବରିଷ୍ଠ ନାଗରିକଙ୍କ ପାଇଁ କୋଭିଡ ଟୀକାକରଣକୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଅତିରିକ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଦ୍ଵାରିକା ନାଥ ଶତପଥି, ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜୀବନ୍ତ କୁମାର ଆଚାର୍ଯ୍ୟ ଓ ପ୍ରଶାନ୍ତ କୁମାର ଦାଶଙ୍କ ସମେତ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ୧୦୦ ଜଣଙ୍କୁ କୋଭିଡ ଟୀକାକରଣ କରାଯାଇଛି । ଏହି କାର୍ଯ୍ୟକ୍ରମ ଟି ଚଳିତ ମାର୍ଚ୍ଚ ମାସ ୮ ତାରିଖରୁ ୪୫ ବର୍ଷରୁ ୬୦ ବର୍ଷର ବ୍ୟକ୍ତି ମାନଙ୍କୁ କୋଭିଡ ଟୀକା ଦିଆଯିବ ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here