ମା ‘ ଙ୍କ ଶକ୍ତି : ମିଶନ ଶକ୍ତି !!!

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସୀରାମ ଛତ୍ରିଆ : ଦୁଇ ଦଶନ୍ଧି ପୂର୍ବେ ଅର୍ଥାତ ୨୦୦୧ ମାର୍ଚ୍ଚ ୮ ତାରିଖରେ ଲାଗିଥିବା ଗୋଟିଏ ଚାରା ଆଜି ଏକ ବିରାଟ ଗଛରେ ପରିଣତ ହୋଇଛି । ୮୦ ଲକ୍ଷ ମା” ମାନଙ୍କ ପାଇଁ ଆଶାର ବୃକ୍ଷ ପାଲଟି ଯାଇଛି । ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳତାର କାହାଣୀ । ସେହି କାହାଣୀ ହେଉଛି ଆମର ମିଶନ ଶକ୍ତି । ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ମିଶନ ଶକ୍ତିକୁ ଭୁୟସୀ ପ୍ରଶଂସା କରିବା ସହ ଏହା ଆଗାମୀ ଦିନରେ କୋଟିଏ ମା” ମାନଙ୍କର ଏକ ବିରାଟ ଆନ୍ଦୋଳନ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ନିମନ୍ତ୍ରିତ ଅତିଥିମାନେ .

କଳାହାଣ୍ଡି ଜିଲ୍ଲା , କଲମପୁର ବ୍ଲକ, ହରାମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାରୁଆଗୁଡା ଗ୍ରାମ ଠାରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ, ପ୍ରଗତି ପ୍ରଡ୍ୟୁସର ଗ୍ରୁପ, ଶ୍ରୀୟାମାଧବ ପ୍ରଡ୍ୟୁସର ଗ୍ରୁପ ଓ ନେତାଜୀ ସେବା ସଂଗଠନ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ , ଧର୍ମଗଡ଼ ବିଧାୟକ ମୋଉଷଧି ବାଗ , ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ , କଲମପୁର ବ୍ଲକ ଅଧ୍ୟକ୍ଷା ମଞ୍ଜୁଳା ସାହୁ, ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପଟେଲ, ଜିଲ୍ଲା ପରିଷଦ ସଭ୍ୟ ବିଜୟ ଦେବ ସାହୁ, ସାଂସଦ ପ୍ରତିନିଧି ଚିନ୍ମୟ ବେହେରାଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ, ପଞ୍ଚାୟତ ପ୍ରତିନିଧି, ଶିକ୍ଷାବିତ ଏବଂ ବିଶିଷ୍ଠ ମହିଳା ସମାଜସେବୀ ପ୍ରମୁଖ ଯୋଗ ଦେଇଥିଲେ . ଏହି ଉତ୍ସବରେ ମହିଳା ମାନଙ୍କ ଦ୍ୱାରା ପ୍ରଯୋଜିତ ହେଉଥିବା ବିଭିନ୍ନ ଜନହିତକାରି ଯୋଜନା ସମ୍ପର୍କରେ ସଚେତନ କରିଥିବା ବେଳେ, ସଭା ଶେଷରେ ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାଏକଙ୍କ ଦ୍ଵାରା ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *