ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆଜି ଦିନ ତମାମ ଯେଉଁ ରାଜନୈତିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଥିଲା , ତାହା ହେଉଛି ବିଜୁ ଯୁବ ବାହିନୀ ବନ୍ଦ ନେଇ ବିଧାନସଭାରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କ ସୂଚନା । ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟରେ କୌଣସି ଅର୍ଥ ବ୍ୟବସ୍ଥା ନଥିବାରୁ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ ବିଜୁ ଯୁବ ବାହିନୀ । ରାଜ୍ୟର କୌଣସି ଅଞ୍ଚଳରେ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ବର୍ତ୍ତମାନ କାର୍ଯ୍ୟ କରୁନି । ବଜେଟରେ ଅର୍ଥ ବ୍ୟବସ୍ଥା ନଥିବାରୁ ଖର୍ଚ୍ଚର କୌଣସି ଅବକାଶ ନାହିଁ । ବିଶେଷ କରି କରୋନା ସମୟରେ ଅର୍ଥ ସଙ୍କଟ ଯୋଗୁଁ ଏହା ବନ୍ଦ କରାଗଲା ବୋଲି ବିଧାନସଭାରେ ତଥ୍ୟ ରଖିଥିଲେ ମନ୍ତ୍ରୀ । ତେବେ ମନ୍ତ୍ରୀଙ୍କର ଏପରି ବୟାନ ପରେ ବିରୋଧୀ ବିଜେପି ଏବଂ କଂଗ୍ରେସ ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି .