ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଦେଉଳସାହି ପ୍ରାଙ୍ଗଣରେ ଏବିଭିପି ର ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସାମ୍ବାଦିକ ସମିଳନୀ ରେ ଏବିଭିପି ର ରାଜ୍ୟ ସହ-ସମ୍ପାଦକ ଅରଜିତ ପଟ୍ଟନାୟକ ରାଜ୍ୟ ସରକାରଙ୍କ ର ବିଭିନ୍ନ ରାଜ୍ୟ ବିରୋଧୀ କାର୍ଯ୍ୟକଳାପ ଉପରେ ପ୍ରଶ୍ନ କରିଥିଲେ । କେନ୍ଦ୍ର ସରକାର NEP 2020 କୁ କାର୍ଯ୍ୟକାରୀ କରିବାପାଇଁ ବିଭିନ୍ନ ଦିଗରେ ପ୍ରସ୍ତୁତି କରୁଥିବା ସମୟରେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଆଇନ ରେ ଯେଉଁ ସଂଶୋଧନ ଆଣିଛନ୍ତି ତାହାକୁ ଯଥାଶୀଘ୍ର ପ୍ରତ୍ୟାହାର କରିନିଅନ୍ତୁ ବୋଲି ଦାବି ରଖିଥିଲେ । ପୁନଶ୍ଚ ରାଜ୍ୟ ସରକାର ଶୈକ୍ଷିକ ଶିକ୍ଷାକୁ ଧ୍ୟାନ ନ ଦେଇଥିବାରୁ ଆମ ରାଜ୍ୟର ଶିକ୍ଷାର୍ଥୀ ମନେ ବାଧ୍ୟହୋଇ ବାହାର ରାଜ୍ୟରେ B.Ed. କରୁଛନ୍ତି । ତେଣୁ ରାଜ୍ୟ ସରକାର ଯଥାଶୀଘ୍ର ଶୈକ୍ଷିକ ଶିକ୍ଷାକୁ ଗୁରୁତ୍ୱ ଦେଇ ରାଜ୍ୟରେ ଥିବା BEd କଲେଜ ଗୁଡିକୁ ପୁନର୍ବାର ଖୋଲନ୍ତୁ ବୋଲି ଏବିଭିପି ଦାବି ରଖିଛି ।
ରାଜ୍ୟରେ ଥିବା ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟ ଗୁଡିକରେ ସୁବ୍ୟବସ୍ଥିତ ପରୀକ୍ଷାଗାର ଏବଂ ଅତ୍ୟାଧୁନିକ ପାଠାଗାର ର ବ୍ୟବସ୍ଥା କରନ୍ତୁ ବୋଲି ମଧ୍ୟ ଏବିଭିପି ଦାବି ରଖିଛି । ଏତଦ ବ୍ୟତୀତ ଶିମିଳିପାଳ ଜଙ୍ଗଲର ସୁରକ୍ଷା ଏବଂ ସୁବିନିଯୋଗ ପାଇଁ ସରକାର ଉଚିତ ପଦକ୍ଷେପ ନିଅନ୍ତୁ ବୋଲି ଦଳ ନିଜର ଦାବି ରଖିଛି । ନୟାଗଡ଼ର ପରି ହତ୍ୟାକାଣ୍ଡର ଉଚିତ ନ୍ୟାୟ, ଆତ୍ମ ନିର୍ଭର ଓଡିଶା ଗଠନ ଆଦି ଦିଗରେ ଓଡିଶା ସରକାର ନିଜର ତତ୍ପରତା ଦେଖାଉ ବୋଲି ଏବିଭିପି ର ରାଜ୍ୟ ସହ ସମ୍ପାଦକ ଅରଜିତ ପଟ୍ଟନାୟକ ସାମ୍ବାଦିକ ସମିଳନୀ ଜରିଆରେ ସରକାର ଙ୍କୁ ଦାବି ଜଣାଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅରୁପ ପଟ୍ଟନାୟକ, ସୁଧାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।