BRG ପ୍ଲାଣ୍ଟ ବନ୍ଦ ପ୍ରତିବାଦରେ କର୍ମଚାରୀ ସଂଘର ବିକ୍ଷୋଭ ଓ ରାଲି !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳରେ ଥିବା BRG iron and steel ପ୍ଲାଣ୍ଟ ର କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଢେଙ୍କାନାଳ ସହରର ବାଜିଚୌକ ଠାରୁ ଏକ ରାଲି ଆରମ୍ଭ କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ରାଜ୍ୟ ସରକାରଙ୍କ ବେସରକାରୀ ଖଣି ଗୁଡିକୁ ବନ୍ଦ କରିବାପାଇଁ ଯେଉଁ ହୀନ ଚକ୍ରାନ୍ତ ଚାଲିଛି ତାହାକୁ କର୍ମଚାରୀ ସଂଘ ତୀବ୍ର ବିରୋଧ କରିଛନ୍ତି । ଏପରି ନିଷ୍ପତ୍ତି ଦ୍ୱାରା କମ୍ପାନୀ କତ୍ତୃପକ୍ଷ ତାହାର କର୍ମଚାରୀମାନଙ୍କୁ ଛଟେଇ କରିବା ପାଇଁ ବିଭିନ୍ନ ପ୍ରକାରର ହଇରାଣ କରିବାରେ ଲାଗିଛି । ସରକାର ଙ୍କ ଏଭଳି ହୀନ ଚକ୍ରାନ୍ତ ଦ୍ୱାରା ଢେଙ୍କାନାଳରେ ଥିବା ନୀଳାଚଳ ଇସ୍ପାତ କାରଖାନା ଟି ଏଭଳି ଭାବେ ବନ୍ଦ ହୋଇ ଯାଇଥିବାର ସଂଘ ତାର ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ତୀବ୍ର ସମାଲୋଚନା ମଧ୍ୟ କରିଛି ।

କମ୍ପାନୀ କତ୍ତୃପକ୍ଷ ତାର କର୍ମଚାରୀ ମାନଙ୍କୁ କରୋନା ସମୟରେ ଯେଉଁ ଦୁଇ ମାସର ଦରମା ବନ୍ଦ କରିଛି ତାହାକୁ ଯଥାଶୀଘ୍ର ପ୍ରଦାନ, 2017 ରୁ କମ୍ପାନୀ ପଲିସି ଅନୁଯାୟୀ ଦରମା ବୃଦ୍ଧି, କର୍ମଚାରୀ ମାନଙ୍କ ଠାରୁ ପିଏଫ ଏବଂ ଇଏସଆଇ କଟୁଥିଲେ ମଧ୍ୟ କୌଣସି ସୁବିଧା ପାଉନାହାନ୍ତି, ତାହାକୁ ଯଥାଶୀଘ୍ର ପ୍ରଦାନ, କର୍ମଚାରୀଙ୍କୁ ଉତ୍ତମ ମାନର ସୁରକ୍ଷିତ ସାମଗ୍ରୀ ପ୍ରଦାନ ,ଗତ ଜୁଲାଇ ମାସରୁ pay slip ପ୍ରଦାନ ଭଳି ଅନେକ ଦାବି ପୁରଣ କରିବା ପାଇଁ ମଜଦୂର ସଂଘ ଜିଲ୍ଲା ସମ୍ପାଦକ ଦୁର୍ଗା ପ୍ରସାଦ ମିଶ୍ର କହିଛନ୍ତି । ଆଜିର ଏହି ରାଲି ରେ BRG କମ୍ପାନୀ ର ସମସ୍ତ କର୍ମଚାରୀ ତଥା ମଜଦୂର ଶ୍ରମିକ ଏକାଠି ହୋଇଥିଲେ ।

Leave a Reply

Your email address will not be published. Required fields are marked *