ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପବିତ୍ର ମହାଶିବରାତ୍ରୀ ପାଳନ ଅବସରରେ ପାରଳାଖେମୁଣ୍ଡି ସହର କରଣ ସାହି ସ୍ଥିତ ନୃସିଂହ ନାଥ ମନ୍ଦିର ମୁକ୍ତ ମଞ୍ଚରେ ଅନନ୍ୟା ମହିଳା ସଙ୍ଗଠନ ପକ୍ଷରୁ ଭକ୍ତି ସଙ୍ଗୀତ ଏବଂ ଓଡ଼ିଶୀ ନୃତ୍ୟ , ମହାରୀ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ସଂଗଠନର ସଭାନେତ୍ରୀ ମମତା ଆପଟ, ସମ୍ପାଦିକା ତନୁଜା ଶତପଥୀ, ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ପ୍ରଚେଷ୍ଟାରେ ଆଧ୍ୟାତ୍ମିକ ନୃତ୍ୟ , ଓଡ଼ିଶୀନୃତ୍ୟ, ସମ୍ବଲପୁରୀ ନୃତ୍ୟ ଏବଂ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଣ୍ଡିତ ନରସିଂହ ପ୍ରସାଦ ଗୌଡ଼, ସ୍ୱତନ୍ତ୍ର ଅତିଥି ଭାବରେ ଆଇ.ଆଇ.ସି. ବିବେକାନନ୍ଦ ସ୍ୱାଇଁ , ସମ୍ମାନୀତ ଅତିଥି ରୂପେ ଡାକ୍ତର ଅରୁଣ ନାୟକ, ସଂଯୋଜିକା ଅରୁପାଞ୍ଜଳି ମହାନ୍ତି, ପୁରୋଧା ରାମଚନ୍ଦ୍ର ଆପଟ ଯୋଗ ଦେଇଥିଲେ । ପ୍ରଥମେ ବନ୍ଦେ ଉତ୍କଳ ଜନନୀ ଗାନ କରା ଯାଇଥିବା ବେଳେ ଡାକ୍ତର ନାୟକ ଭୌତିକ ଚିକିତ୍ସାର ଉପଯୋଗିତା ସମ୍ପର୍କରେ ଜନ ସଚେତନତା କରିଥିଲେ ।
ନୃତ୍ୟ ଗୁରୁ ଡି. ପ୍ରିୟଙ୍କା, ନୃତ୍ୟ ଗୁରୁ ବିନ୍ଦୁ ବେହେରାଙ୍କ ନିର୍ଦ୍ଦେଶନାରେ ନୃତ୍ୟ ପରିବେଷଣ କରାଯାଇଥିଲା । ଜାତୀୟ ପୁରସ୍କାର ପ୍ରାପ୍ତ କଣ୍ଠ ଶିଳ୍ପୀ କୁନା ବାବୁ ହଳଧର ଭଜନ ମଧ୍ୟ ପରିବେଷଣ କରିଥିଲେ । ସମସ୍ତ ଶିଳ୍ପୀଙ୍କୁ ଆକର୍ଷଣୀୟ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସତ୍ୱିକ ପଟନାୟକ, ଦିବାକର ସାପ୍ଲଏର୍ସ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।