ନୂଆ ଦାୟିତ୍ୱ ମିଳିବା ପରେ ବାଙ୍କୀ ଅଞ୍ଚଳର ବିଜେପି ନେତା ଅଜୟ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କଲେ ତାଙ୍କ ଅନୁଗତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଅଞ୍ଚଳର ଭାଜପା ନେତା ତଥା ଆଇନଜୀବି ଅଜୟ କୁମାର ସ୍ୱାଇଁଙ୍କୁ ବାଙ୍କୀ ସ୍ୱାର୍ଥରକ୍ଷା ସମିତି ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉତ୍ସବରେ ବାଙ୍କୀ ନଗର ବିଜେପିର ପୂର୍ବତନ ସଭାପତି ଦିନେଶ ଲାଲ୍ ସଭାପତିତ୍ୱ କରିଥିଲେ । ଅଦୈତ୍ୟ ଫାଉଣ୍ଡେସନର ଅଧ୍ୟକ୍ଷ ସମାଜସେବୀ ନଳନୀ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେପି କୃଷକ ମୋର୍ଚ୍ଚା ର ନୂତନ ସଂଯୋଜକ ମନୋନୀତ କର୍ମକର୍ତ୍ତା ଅଜୟ କୁମାର ସ୍ୱାଇଁଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରିଥିଲେ । ବାଙ୍କୀ ଅଞ୍ଚଳର ସାମୁହିକ ସ୍ୱାର୍ଥ ରକ୍ଷା ପାଇଁ ବାଙ୍କୀ ସ୍ୱାର୍ଥ ରକ୍ଷା ସମିତି ନିରବଛିନ୍ନ ଭାବରେ କାମ କରୁଥିବା କଥା ପ୍ରକାଶ କରିଥିଲେ ସମାଜସେବୀ ନଳିନୀ ରାୟ । ବାଙ୍କୀ ସ୍ୱାର୍ଥ ଉପରେ ଯେତେବେଳେ ଆଞ୍ଚ ଆସିଥାଏ ସେତେବେଳେ ବାଙ୍କୀ ସ୍ୱାର୍ଥ ରକ୍ଷା ସମିତି ଲଢ଼େଇ କରିଥାଏ । ଶ୍ରୀ ରାୟ ଏହି ଅନୁଷ୍ଠାନର ଶୁଭକାମନା କରିବା ସହିତ ଅନୁଷ୍ଠାନକୁ ସୁଦୃଢ଼ କରିବା ପାଇଁ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ ।

ସମ୍ବର୍ଦ୍ଧିତ ପ୍ରତିଭା ଆଇନଜୀବୀ ଅଜୟ କୁମାର ସ୍ୱାଇଁ ସମ୍ବର୍ଦ୍ଧନାର ଉତ୍ତରରେ କହିଲେ ଯେ ସେ ସବୁବେଳେ ବାଙ୍କୀର ସ୍ୱାର୍ଥ ରକ୍ଷା କରିବା ପାଇଁ ଉଦ୍ୟମ କରୁଛନ୍ତି । ବାଙ୍କୀର ସ୍ୱାର୍ଥ କଥା ଯେତେବେଳେ ଉଠିଥାଏ ସେ ଲଢ଼େଇ କରି ବାଙ୍କୀର ସ୍ୱାର୍ଥକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଆସୁଛନ୍ତି । ସେ ବିଜେପି ଦଳରେ ଜଣେ କର୍ମକର୍ତ୍ତା ଥିଲେ ମଧ୍ୟ ସବୁବର୍ଗର ଲୋକଙ୍କ ପାଇଁ କାମ କରିଆସୁଛନ୍ତି । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ଅମୂଲ୍ୟ ପ୍ରଧାନ, ପ୍ରମୋଦ କୁମାର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । ସ୍ୱାର୍ଥ ରକ୍ଷା ସମିତିର ସଭାପତି ସିଦ୍ଧେଶ୍ୱର ପାଇକରାୟ ସଭାକାର୍ଯ୍ୟ ପରିଚାଳନା କରି ଅନୁଷ୍ଠାନକୁ ସୁଦୃଢ଼ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବରିଷ୍ଠ ବିଜେପି ନେତା ପଦ୍ମଲୋଚନ ନାୟକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କର୍ଯ୍ୟକ୍ରମରେ ବାଙ୍କୀ ବିଜେପିର ବହୁ ମହିଳା ଓ ପୁରୁଷ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *