କୃଷକ ମାନଙ୍କ ପାଇଁ ତାଲିମ ଶିବିର !!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିକିସର ଗ୍ରାମର ବନାଞ୍ଚଳ ଗୃହ ଠାରେ କୃଷକ ମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲା କୃଷି ଅଧିକାରୀ ହରିହର ବାରିକ, ସହକୃଷି ଅଧିକାରୀ ନାରାୟଣ ସାହୁ, ଅନୁଜ ରାଉତ, ସମଲ ଗ୍ରାମପଞ୍ଚାୟତର କୃଷି ଅଧିକାରୀ ଶ୍ରୀମତୀ ରେବତୀ କିଷାନ, ସହ-ଯନ୍ତ୍ରୀ ପରିଚାଳକ ପ୍ରଭାତ ସାହୁ, କୃଷକ ସାଥୀ ଦିପକ ପ୍ରଧାନ ଏବଂ ୱାର୍ଡ ସଭ୍ୟ ତୃପ୍ତିମୟୀ ନନ୍ଦ ଯୋଗ ଦେଇଥିଲେ । ଏହି ଶିବିରରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ସାର, କୀଟନାଶକ ଓ ବିହନ ବିଷୟରେ କୃଷକମାନଙ୍କୁ ତାଲିମ ଦିଆଯାଇଥିଲା । ବିକିସର ଗ୍ରାମର ଚାଷୀ ସଦାନନ୍ଦ ଦେବତା, କୃଷ୍ଣ ଚନ୍ଦ୍ର ଦେବତା, ରଶ୍ମିତା ଦେବତା, ଗୈାରୀଶଙ୍କର ପତି, ପ୍ରତାପ ଚନ୍ଦ୍ର ବେହେରା, ଦୋଳ ଗୋବିନ୍ଦ ନାଏକ, ନିରୁପମା ବେହେରା, ମିଟୁ ନାଏକ, ସୁନିଲ ଦିଗି, ଅଭିରାମ ଚାମ୍ପିଅନ ସମେତ ପ୍ରାୟ ୫୦ ଜଣ କୃଷକ ଉପସ୍ଥିତ ଥିଲେ । କୋଭିଡ ନିୟମ ଅନୁଯାୟୀ ସମସ୍ତ ଙ୍କୁ ମାସ୍କ ପରିଧାନ କରିବାକୁ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *