ୱେବିନାର ମାଧ୍ୟମରେ ମୋ କଲେଜ ଅଭିଯାନ ଅନୁଷ୍ଠିତ ।

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଓଡିଶା ସରକାର ଙ୍କର ପ୍ରୟାସରେ ମୋ କଲେଜ ଅଭିଯାନ ୱେବିନାର ଦ୍ୱାରା ଆରମ୍ଭ କରାଯାଇଅଛି । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ଥିବା ବିଭିନ୍ନ ପ୍ରକାର 755 ଟି ମହାବିଦ୍ୟାଳୟ କୁ ମୋ କଲେଜ ଅଭିଯାନ ମାଧ୍ୟମରେ ପୁରାତନ ଛାତ୍ର ଛାତ୍ରୀ ଙ୍କୁ ଯୋଡି ଶିକ୍ଷାର ମାନ ବୃଦ୍ଧି ସହ ମହାବିଦ୍ୟାଳୟ ର ପରିବେଶ ସୃଷ୍ଟି କରିବା ଏବଂ ବିଭିନ୍ନ ପ୍ରକାର ଶିକ୍ଷାର ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ପୁରାତନ ଛାତ୍ର ଛାତ୍ରୀ ଙ୍କ ସହ ଅଭିବାବକ ଙ୍କୁ ମଧ୍ୟ ଯୋଡିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ କଳ୍ପନା ଉଚ୍ଚ କୋଟିର ବୋଲି କହିଛନ୍ତି ବୁଦ୍ଧିଜୀବୀ . ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଙ୍କ ଦ୍ୱାରା ଦ୍ୱୀପ ପ୍ରଜ୍ବଳନ ହେବା ସହିତ ଅତିଥି ମାନେ ରୁଚି ଭିତିକ ପାଠ୍ୟକ୍ରମର ଆବଶ୍ୟକତା ବିଷୟରେ ନିଜର ମତ ରଖିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳର ବିଧାୟକ ସୁଧୀର କୁମାର ସାମଲ, କଲେଜ ର ଅଧକ୍ଷା ପ୍ରଫେସର ରଶ୍ମି ମିଶ୍ର, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାଶ, ଜିଲ୍ଲା ରେଡ଼କ୍ରସ ସୋସାଇଟି ର ଉପସଭପତି ବିରଞ୍ଚି ନାରାୟଣ ପାଣି, ପ୍ରାଧ୍ୟାପକ ରଞ୍ଜିତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ପ୍ରମୁଖ ଡକ୍ଟର ରମେଶ ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *