ଧାନମଣ୍ଡି ସମସ୍ୟାକୁ ନେଇ ଖୋର୍ଦ୍ଧା-କଣ୍ଟିଲୋ ରାସ୍ତା ଅବରୋଧ କଲେ ଚାଷୀ !!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବିଧାନସଭାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ମଣ୍ଡି ତାତି . କଟକ ଜିଲ୍ଲା ବାଙ୍କୀ ବ୍ଲକରେ ଥମିବାର ନାଁ ଧରୁନି ଧାନ ମଣ୍ଡି ଅଵ୍ୟଵସ୍ଥା । ବାଙ୍କୀ ବ୍ଲକ ଅନ୍ତର୍ଗତ କଢ଼ାମଲ ଓ ପଣ୍ଡାଳମ ସେବା ସମବାୟ ସମିତିରେ ବହୁ ସମସ୍ୟା ରହିଥିବାରୁ ସେଠାକାର ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ପୁଞ୍ଜୀଭୂତ ଅସନ୍ତୋଷ କାରଣରୁ ଉତ୍ତ୍ୟକ୍ତ ଚାଷୀମାନେ ଖୋର୍ଦ୍ଧା – କଣ୍ଟିଲୋ ମୁଖ୍ୟରାସ୍ତାକୁ କଢାମଲ୍ଲ ନିକଟରେ ଅବରୋଧ କରି ରଖିଥିଲେ . ବହୁଦିନ ଧରି ଏହି କଢ଼ାମଲ ଓ ପାଣ୍ଡଳମ ସେବା ସମବାୟ ସମିତିର ଧାନ ମଣ୍ଡି ବନ୍ଦ ରହିଥିବାରୁ ଚାଷୀମାନେ ନିଜର ଧାନ ବିକ୍ରି କରି ପାରୁନାହାନ୍ତି। ଯାହାକୁ ନେଇ ଆଜି ଚାଷୀମାନେ ଖୋର୍ଦ୍ଧା କଣ୍ଟିଲୋ ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ହେବା ଫଳରେ ରାସ୍ତାରେ ବହୁ ଯାନବାହନ ଅଟକି ରହିଥିଲା । ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଏହା ତୀବ୍ର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *