ସହିଦ ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସହିଦ ଦିବସ ଉପଲକ୍ଷେ ନିଫା ସମ୍ବେଦନା କାର୍ଯ୍ୟକ୍ରମ ରେ ଅନ୍ତଃ ରାଷ୍ଟ୍ରୀୟ ସ୍ତରରେ ରକ୍ତଦାନ ଶିବିର ହୋଇଯାଇଛି । ଏହି ଅବସରରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ମୁଖ୍ୟ ଡ଼ାକ୍ତରଖାନାର ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ପ୍ରଦୀପ କୁମାର ପାତ୍ର ପ୍ରଦୀପ ପ୍ରଜ୍ଜଳନ କରି ଶୁଭ ଉଦଘାଟନ କରିଥିଲେ ।

ରକ୍ତ ଭଣ୍ଡାର ଦାୟିତ୍ୱରେ ଥିବା ଡ଼.ଡି.ଏନ ରବି କୁମାର, ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼.ପ୍ରମୋଦ କୁମାର ପଣ୍ଡା, ନିଫାର ଜିଲ୍ଲା ସଭାପତି ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ରଥ, ନିଫା ର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଗୁରୁ ରଘୁନାଥ ପାତ୍ର, ବିଚିତ୍ରା ନନ୍ଦ ବେବର୍ତ୍ତା, ରାମଚନ୍ଦ୍ର ମିଶ୍ର, ସମ୍ପାଦକ ରାଜେଶ ପାତ୍ର, ଶ୍ରୀମତି ରଶ୍ମି ମିଶ୍ର, ସଙ୍ଗୀତା ପାତ୍ର, ଆଶାଲତା ପାଣିଗ୍ରାହୀ, ମିନା କୁମାରୀ ଟହଲ, ବିଷ୍ଣୁ ପ୍ରିୟା ମଣ୍ଡଳ, ଡି.ପ୍ରିୟଙ୍କା ନିହାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ . ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟ ଶିକ୍ଷକ ତାଲିମ କେନ୍ଦ୍ରର ବହୁ ଛାତ୍ର ଛାତ୍ରୀ ଉକ୍ତ ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ । ଆୟୋଜିତ ଶିବିରରେ 70 ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସମୟରେ ଗଜପତି ବ୍ଲଡ଼ ଡୋନର ଆସୋସିଏସନ ଓ ଭକ୍ତି ସଙ୍ଗୀତ ସଂସଦର କର୍ମକର୍ତ୍ତା ମାନେ ଶିବିର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *