ପବିତ୍ର ପଣା ସଂକ୍ରାନ୍ତି : ଶିବ ଉପାସନାର ଅନନ୍ୟ ପରମ୍ପରା ଦଣ୍ଡଯାତ୍ରା !!!

0
317

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଭାବ ଭକ୍ତି ଓ ନିଷ୍ଠାର ଅନ୍ୟନ୍ୟ ପର୍ବ ହେଉଛି ଦଣ୍ଡ ଯାତ୍ରା l ଭକ୍ତ ମାନେ କେଉଁଠି ୧୩ ଦିନ ତ ପୁଣି କେଉଁଠି ୨୧ ଦିନ ଧରି ଏହି ଦଣ୍ଡଯାତ୍ରାରେ ରୁଦ୍ରକାଳୀଙ୍କ କଠିନ ଉପାସନା କରନ୍ତି । ଭକ୍ତିରେ ନିଜକୁ ସମର୍ପିତ କରି ଧୂଳିଦଣ୍ଡ ଓ ଅଗ୍ନିଦଣ୍ଡ ଭଳି ଦଣ୍ଡ ଭୋଗ କରିବା ସହ ନିଜ ମାନସିକ ପୂରଣ ପାଇଁ ରୁଦ୍ରକାଳୀଙ୍କୁ ପ୍ରାର୍ଥନା କରନ୍ତି l ଆଉ ଉଦଯାପନୀ ଉତ୍ସବରେ ନିଜ ମାନସିକ ପୂରଣ ପାଇଁ ନିଆଁରେ ଚାଲିବା ସହ ଅଗ୍ନି ଦଣ୍ଡ ଭୋଗକରି ବ୍ରତ ଭାଙ୍ଗନ୍ତି ମାନସିକଧାରୀ ମାନେ l ଏହି ନିଆଁରେ ଚାଲିବା ପରମ୍ପରାକୁ ଓଡ଼ିଶାର କେତେକ ସ୍ଥାନରେ ଝାମୁଯାତ୍ରା ମଧ୍ୟ କୁହାଯାଏ ।

ଓଡ଼ିଆ ପରମ୍ପରାନୁଯାୟୀ ଆଜିଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ l ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ l ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହୋଇଥାଏ l ସେହିଭଳି ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଦିନକୁ ମେଷ ସଂକ୍ରାନ୍ତି ବୋଲି କୁହାଯାଏ । ମେଷ ମାସର ସଂକ୍ରାନ୍ତି ତଥା ମହାବିଷୁବ ପଣାସଂକ୍ରାନ୍ତି । ଏହି ଝାମୁ ଯାତ୍ରା ରଣପୁର ଅଞ୍ଚଳର ବିଭିନ୍ନ ଶୈବ ପୀଠରେ ମହା ସମାରୋହରେ ପାଳିତ ହୋଇଯାଇଛି l ରଣପୁରରେ ବାବା ଚଣ୍ଡେଶ୍ୱର ଦେବ, ବାବା ସ୍ଵପ୍ନେଶ୍ଵର ଦେବ, ପୁରୁଣାବସନ୍ତ ବାଲୁଙ୍କେଶ୍ୱର ଦେବ, ସାନଗଡ଼ ବାଲୁଙ୍କେଶ୍ୱର ଦେବ, କଙ୍କିଆ, ବରମୂଳ ସହିତ ସମସ୍ତ ଶୈବ ପୀଠରେ ପଣା ସଂକ୍ରାନ୍ତିରେ ରୀତିନୀତି ଅନୁଯାୟୀ ପୂଜା ବିଧି ଅନୁଷ୍ଠିତ ହୋଇଯାଇଛି l ପରେ ଠାକୁରଙ୍କ ସମତେ ସମସ୍ତ ଭଗତା ଓ ଭକ୍ତମାନେ ଝାମୁ ନିଆଁରେ ଚାଲିଥିଲେ l

ଝାମୁ ଯାତ୍ରା ଉପଲକ୍ଷେ ବାବା ଚଣ୍ଡେଶ୍ୱର ଦେବ ଓ ସ୍ଵପ୍ନେଶ୍ଵର ଦେବଙ୍କ କୋଠି ରେ କିଛି ଭଗତା ଦେହରେ କଣ୍ଟା ଫୋଡି ନଗର ପରିକ୍ରମା କରୁ ଥିବା ଦେଖିବାକୁ ମିଳିଥିଲା l ବିଭିନ୍ନ ଶୈବ ପୀଠରେ ଝାମୁ ଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ସମାଗମ ଲାଗି ରହିଥିଲା l ଏହି ଅବସରରେ ଗୌରାଙ୍ଗପୁର ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନେ ଭକ୍ତମାନଙ୍କୁ ଘୋଳ ଦହି, ଥଣ୍ଡା ପାଣି ଆଦି ବଣ୍ଟନ କରିଥିଲେ l

LEAVE A REPLY

Please enter your comment!
Please enter your name here