ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ତରଫରୁ କଙ୍କଡାହାଡ଼, ଗୁଡୁମ, ପରିଛଳ,ଗୋପୀନାଥପୁର ଓ ମଙ୍ଗଳପୁର ଗ୍ରାମରେ ଚଢ଼ାଉ କରାଯାଇ ମୋଟ ୨୫ଶହ ଲିଟର ପୋଚ ଓ ଦେଶୀ ମଦ ଜବତ କରି ନଷ୍ଟ କରାଯାଇଥିବା ସମୟରେ ୪ ଗୋଟି ମାମଲା ରୁଜୁ କରାଯାଇଛି ।
ଚୋରା ମଦ ପ୍ରସ୍ତୁତି ଓ ବିକ୍ରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ . ସେମାନଙ୍କ ମଧ୍ୟରୁ ମଙ୍ଗଳପୁର ଗ୍ରାମର ଅନନ୍ତ ନାୟକ, ଗୋପୀନାଥପୁରର ପୁଷ୍ପାଞ୍ଜଳି ରାଉତରାୟ, ଗୁଡୁମର ପଙ୍କଜ ପ୍ରଧାନ ଓ ରାମସିଂହ ପ୍ରସାଦ ପଙ୍କଜ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।