ଗଜପତି ( ଆୱାଜ ମିଡ଼ିଆ ) ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବସନ୍ତ ବିହାରକୁ ଜିଲ୍ଲା ପ୍ରଶାସନ ନିଷିଦ୍ଧ।ଞ୍ଚଳ ଘୋଷଣା କରିଛି । ସମ୍ପୃକ୍ତ ଅଞ୍ଚଳରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପ୍ରଶାସନ ତରଫରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ପାରଳାଖେମୁଣ୍ଡି ପ୍ରଶାସନର ନିର୍ଦ୍ଦେଶ କ୍ରମେ ବସନ୍ତ ବିହାର ଚାରିପାଖରେ ଥିବା ମୁଖ୍ୟ ରାସ୍ତାରେ ବ୍ୟାରିକେଟ କରାଯାଇଛି ।