ହନୁମାନ ମନ୍ଦିର ନିର୍ମାଣ ପାଇଁ ଶୁଭଖୁଣ୍ଟି ସ୍ଥାପନ

0
263

Loading

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଲକ ଗେଡ଼ିଆପଲ୍ଲୀ ଗ୍ରାମରେ ସ୍ଥାନୀୟ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ହନୁମାନ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଏଥିରେ ବରିଷ୍ଠ ନାଗରିକ ଗୌରାଙ୍ଗ ପଣ୍ଡା କର୍ତ୍ତା ଭାବେ ଯୋଗ ଦେଇଥିଲେ . ଜଗତର କଲ୍ୟାଣ ନିମିତ୍ତ ଏକ ହୋମଯଜ୍ଞର ଆୟୋଜନ ହୋଇଥିଲା . କୋଭିଡ ନିୟମ ଅନୁଯାୟୀ ସାମାଜିକ ଦୂରତ୍ୱ, ମାସ୍କ ଓ ସାନିଟାଇଜର ବ୍ୟବହାର କରି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ସମାଜସେବୀ ପ୍ରସନ୍ନ କୁମାର ପଣ୍ଡା, କାର୍ତ୍ତିକ ବାରିକ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here