ବାଲିଗୁଡା: ଜି.ଉଦୟଗିରି ତହସିଲରେ ଗଡିଲା ରାଜସ୍ୱ ରଥ !!!

Spread the love

କନ୍ଧମାଳ (ଆୱାଜ଼ ମିଡ଼ିଆ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ତହସିଲରେ ସୋମବାର ଠାରୁ ଗଡିଛି ରାଜସ୍ୱ ରଥ । କରୋନା ମହାମାରୀ ସମୟରେ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଉଥିବା ବେଳେ ସେମାନଙ୍କୁ ନିଜ ଘରେ ରାଜସ୍ୱ ସେବା ଯୋଗାଇଦେବା ନିମନ୍ତେ ପ୍ରଶାସନ ତରଫରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଦଲାଲ ବା ମଧ୍ୟସ୍ଥତା ବନ୍ଦ ହେବା ଏହାର ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମ ରେ ତହସିଲଦାର ଜନ୍ମେଜୟ ସାହୁ, ରାଜସ୍ବ ସୁପରଭାଇଜର ଶରତ ସ୍ବାଇଁ, କିରାଣୀ ଅଶୋକ ପ୍ରଧାନ, ରାଜସ୍ୱ ନିରୀକ୍ଷକ ଉପସ୍ଥିତ ଥିଲେ। ଏହି ରଥ ସ୍ଥାନୀୟ ତହସିଲର ବିଭିନ୍ନ ପଞ୍ଚାୟତ ଓ ଗ୍ରାମକୁ ଯାଇ ଲୋକଙ୍କ ନିକଟରେ ରାଜସ୍ୱ ସେବା ପ୍ରଦାନ କରିବା ସହ ଲୋକଙ୍କୁ ପଟ୍ଟା ବଣ୍ଟନ, ଜାତି ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ଆଦି ପାଇବା ପାଇଁ ଦରଖାସ୍ତ ତହସିଲ କାର୍ଯ୍ୟାଳୟରେ ଦେବା ପରିବର୍ତ୍ତେ ଘରେ ଥାଇ ସୁବିଧା ପାଇପାରିବେ ବୋଲି ଜଣାପଡ଼ିଛି। ପ୍ରଥମ ଦିବସରେ ଏହି ରଥ ଜି.ଉଦୟଗିରି ତହସିଲ କାର୍ୟ୍ୟାଳୟରେ ଦୁଇ ଜଣକୁ ଓ ମହାଗୁଡା ସାହିରେ ତିନି ଜଣଙ୍କ ଘରକୁ ଯାଇ ତହସିଲଦାର ଶ୍ରୀ ସାହୁ ପଟା ବଣ୍ଟନ କରିବା ସହ ଏହି କାର୍ଯ୍ୟକ୍ରମ ଆଗକୁ ନିୟମିତ ଜାରି ରହିବ ବୋଲି କହିଥିଲେ l

Leave a Reply

Your email address will not be published. Required fields are marked *