କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପିଲାଟି ଦିନରୁ ଅସହାୟ ମାନଙ୍କୁ ସହଯୋଗ କରିବାର ଅଭ୍ୟାସ, ଆଜି ଅଭିନାଶଙ୍କ ନିଶା ପାଲଟିଛି । ରୁଟିବ୍ୟାଙ୍କ କାର୍ଯ୍ୟକ୍ରମ ପରିଚାଳନା କମିଟିରେ ଯୋଡି ହୋଇ, ଲକ ଡାଉନ ଭଳି ଘଡିସନ୍ଧି ମୁହୂର୍ତ୍ତରେ ଯୁବ ସାମାଜିକ କର୍ମୀ ତଥା ଏଇତ ଜୀବନ ସାମାଜିକ ଗଣମାଧ୍ୟମ ଓ ଫାଉଣ୍ଡେସନର ଉପ ସଭାପତି ଅଭିନାଶ ନାୟକ ଅସହାୟ ଗୋ ବଂଶଜ ଓ କୁକୁର ମାନଙ୍କୁ ଖାଦ୍ୟ ଯୋଗାଇବା ସହିତ ବହୁ ଅସହାୟ ମଣିଷ ମାନଙ୍କୁ ଯଥା ସମ୍ଭବ ସହଯୋଗ କରି ଆସିଛନ୍ତି ।

ପୂର୍ବରୁ ଲକ୍ ଡାଉନ ସମୟରେ ସଂଗଠନକୁ ଗୋଖାଦ୍ୟ ଯୋଗାଇବା ସହିତ, ଚିକିତ୍ସା ପାଇଁ ଔଷଧ ଯୋଗାଇ ଦେଇଥିଲେ ଓ ଏବେ ସପ୍ତାହନ୍ତ ସଟ୍ ଡାଉନ ସମୟରେ ଅସହାୟ ପଶୁ ମାନଙ୍କ ଭୋକିଲା ପେଟକୁ ଖାଦ୍ୟ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏପରି କାମ ସମ୍ପର୍କରେ ପଚାରିଲେ , ହସି ହସି କୁହନ୍ତି – ପ୍ରଚାର ପାଇଁ ନୁହେଁ ବରଂ ନିଜ ସାମାଜିକ କର୍ତ୍ତବ୍ୟ ଓ ଦାୟିତ୍ୱ ପାଳନ କରୁଛି । ସାମାଜିକ ସଂଗଠନ ଏଇତ ଜୀବନ ଆରମ୍ଭ କରିଥିବା ରୁଟିବ୍ୟାଙ୍କ କାର୍ଯ୍ୟକ୍ରମ ଏବେ ବିଭିନ୍ନ ଜିଲ୍ଲାରେ ପହଞ୍ଚିଥିବା ସମୟରେ, ଅସହାୟ ମଣିଷ ଓ ଜୀବ ମାନଙ୍କ ପ୍ରତି ପ୍ରେମ ଓ ସହାନୁଭୂତି ଦେଖାଉଥିବା ବ୍ୟକ୍ତି ବିଶେଷମାନଙ୍କୁ ଏଇତ ଜୀବନ ପରିବାର ତା’ର ପ୍ରଣାମ ଓ ଆନ୍ତରିକ ଧନ୍ୟବାଦ ଜଣାଇଛି ।

