ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଲ ଜିଲ୍ଳାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଟେଲିଭୁଇଁ ଗ୍ରାମରେ ଢେଙ୍କାନାଳର ଅଗ୍ରଣୀ ଅନୁଷ୍ଠାନ ମାରୁତି ସେନା ତରଫରୁ ଅସହାୟ ଲୋକ ତଥା ତାଙ୍କ ପରିବାର ବର୍ଗକୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ମାରୁତି ସେନା ର ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱବାଧାନରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଯାଇଛି ।
ହିନ୍ଦୋଳ ବ୍ଳକରେ ଆଜିର ଏହି ମହତ କାମରେ ମାରୁତିସେନା ର କର୍ମକର୍ତ୍ତା ଉଦୟନାଥ ସାହୁ, ସୁଶାନ୍ତ କୁମାର ସାହୁ, ବିଭୁତି ଦେହୁରୀ, ଅନୁସୟା ସାହୁ , ଜିତେନ୍ଦ୍ର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ଆଜି ନୁହେଁ ଅନେକ ଦିନ ହେଲା କରୋନା ଭଳି ବିପଦ ସମୟରେ ମାରୁତିସେନା ବିଭିନ୍ନ ଅଞ୍ଚଳରେ ଲୋକମାନଙ୍କର ସେବାପାଇଁ ଆଗଭର ହୋଇ କାର୍ଯ୍ୟ କରି ଆସୁଥିବାରୁ ବିଭିନ୍ନ ମହଲରେ ପ୍ରଶଂସା ର ପାତ୍ର ପାଲଟିଛି ।