ଅସୁସ୍ଥ ଅବସ୍ଥାରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପୂର୍ଣ୍ଣମାସୀ ଜାନୀ ଭୁବନେଶ୍ୱର ସ୍ଥାନାନ୍ତରିତ !!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାସ୍ଥିତ ଚାରିପଡ଼ା ଗ୍ରାମର ଅନନ୍ୟ ପ୍ରତିଭା ତଥା ଲୋ କକବି, ଆଦିବାସୀ ସଂସ୍କାରକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସୀ ଜାନୀ (ଟାଡ଼ିସରୁ ବାଇ) ଫୁଲବାଣୀ ଜିଲ୍ଲା କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ।ତାଙ୍କ କୋଭିଡ୍‌ ନମୁନା ଗତ ୧୪ ତାରିଖରେ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ତାଙ୍କୁ ନିଜ ବାସଭବନରେ ସଙ୍ଗରୋଧରେ ରଖାଯାଇ ସ୍ୱାସ୍ଥ୍ୟକର୍ମୀ ଏବଂ ଡାକ୍ତରଙ୍କ ଦ୍ବାରା ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ହୋଇଥିଲା। ସେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ତୁରନ୍ତ ଏକ କୋଭିଡ୍‌ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଫୁଲବାଣୀ ଜିଲ୍ଲା କୋଭିଡ୍‌ ଚିକିତ୍ସାଳୟକୁ ନିଆଯାଇଥିଲା l ସେଠାରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ l ହେଲେ ପେଟରେ ଯନ୍ତ୍ରଣା ଅନୁଭଵ କରିବାରୁ ପଦ୍ମଶ୍ରୀ ଯାନୀଙ୍କୁ ଭୁବନେଶ୍ବରସ୍ଥିତ ଆଦିତ୍ୟ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ଉଦ୍‌ବେଗର କୌଣସି କାରଣ ନାହିଁ ବୋଲି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରାଜ୍ୟଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।ଗତକାଲିଠାରୁ ପୂର୍ଣ୍ଣମାସୀଙ୍କ ପେଟରେ ଯନ୍ତ୍ରଣା ହେଉଛି। ତାଙ୍କର ଅଲ୍‌ଟ୍ରାସାଉଣ୍ଡ ସହିତ ଅନ୍ୟାନ୍ୟ କିଛି ଉନ୍ନତ ଧରଣର ପରୀକ୍ଷାର ସୁବିଧା ଫୁଲବାଣୀ କୋଭିଡ୍‌ ହସ୍ପିଟାଲରେ ନଥିବାରୁ ତାଙ୍କୁ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି। ପୂର୍ଣ୍ଣମାସୀଙ୍କ ଅମ୍ଳଜାନ ସ୍ତର ସ୍ବାଭାବିକ ରହିଛି ଏବଂ କୋଭିଡ୍‌ ସଂକ୍ରମଣ ମଧ୍ୟ ସାମାନ୍ୟ ରହିଛି। ତାଙ୍କ ଶରୀରରେ ଅନ୍ୟ କୌଣସି ଜଟିଳତା ନାହିଁ। ସେ ସ୍ଥିର ଅଛନ୍ତି ବୋଲି ଡାକ୍ତର ପଟ୍ଟନାୟକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *