ବନ ବିଭାଗ ଦ୍ୱାରା ଜାତୀୟ ରାଜପଥଠାରୁ ମିନାଗାଡିଆ ପର୍ଯ୍ୟନ୍ତ ଚାରା ରୋପଣ !!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ବନ ମହୋତ୍ସବ ସପ୍ତାହର ଆଜି ଶେଷ ଦିନରେ ବନ ବିଭାଗ ଦ୍ୱାରା ଜାତୀୟ ରାଜପଥଠାରୁ ମିନାଗାଡିଆ ପର୍ଯ୍ୟନ୍ତ ଚାରା ରୋପଣ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ବନଖଣ୍ତ ଅଧିକାରୀ ଧନରାଜ ଏଚ.ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନୂଆଗାଁ ସମିତିସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେବା ସହ ପ୍ରଥମେ ମହାଲିମ୍ବ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସସିଏଫ ଶ୍ବେତାଲିନା ସାହୁ, ମହିପୁର ବନାଂଚଳ ଅଧିକାରୀ ଅଭୟକାନ୍ତ ରଥ, ମହିତମା ବନପାଳ ରାକେଶ କୁମାର ସାହୁ, କୋରଡା ସରପଂଚ ଗୋଲାପ ନାୟକ, ପୂର୍ବତନ ସରପଂଚ ଗୋଲଖ ବିହାରୀ ଗୋଚ୍ଛାୟତ, ବନରକ୍ଷୀ ସୁଧାକର ସାହୁ, ବିନାୟକ ଜେନା, ବିଜୟ କୁମାର ସାହୁ, ଶ୍ରଦ୍ଧାଞ୍ଜଳୀ ସାହୁ, ଶ୍ରୀକାନ୍ତ ସାହୁ, ସମାଜସେବୀ ସାଇ ପ୍ରସାଦ ମିଶ୍ର, ପ୍ରଶାନ୍ତ ଗୋଚ୍ଛାୟତ, ବିରଂଚି ନାରାୟଣ ଚମ୍ପତି ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।

Leave a Reply

Your email address will not be published. Required fields are marked *