ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ସାକେଣୀ ଗ୍ରାମ ନିକଟରେ ଥିବା ମହିଷା ନାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାହା ସ୍ୱାର୍ଥରେ । ଏହି ପ୍ରକଳ୍ପ ରେ ବର୍ଷା ଋତୁରେ ପାଣି ଗଛିତ ରଖାଗଲେ ଗ୍ରୀଷ୍ମ ଋତୁରେ ଚାଷୀ ମାନଙ୍କ ଚାଷକାର୍ଯ୍ୟ ରେ ସହାୟକ ହେବ ବୋଲି ନିର୍ମାଣ କରାଯାଇଥିଲା । ଏହି ପ୍ରକଳ୍ପ ଦ୍ବାରା ସାକେଣୀ , ନୁଆ ସାହି, ମଶାବାଡି , ବାରିହାପିଟା, ପୋଇବାଡି ଆଦି ଗ୍ରାମ ସହିତ ଆଖପାଖ ବହୁ ଗ୍ରାମର ଚାଷୀ ପରିବାର ଉପକୃତ ହେଉଥିଲେ। କିନ୍ତୁ ବର୍ତ୍ତମାନ ଖରାଦିନେ ଏହି ପ୍ରକଳ୍ପ ରେ ପାଣି ଟୋପାଏ ରହୁନାହିଁ । ନାମକୁ ମାତ୍ର ଏକ ସ୍ୱୟଂ ସହାୟକ ଗୋଷ୍ଠୀ କୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇ କିଛି ଦଲାଲ୍ ଙ୍କ ସହାୟତା ରେ ବିଭାଗୀୟ କତୃପକ୍ଷ ମାଛଚାଷ କରି ନିଜ ପକେଟ ଗରମ କରୁଛନ୍ତି । ଗ୍ରୀଷ୍ମ ଋତୁରେ ଚାଷୀ ମରୁ ବର୍ଷା ସମୟରେ ପାଣି ଖାଲି କରି ଆମେ ମାଲାମାଲ ହେବୁ । ଦଲାଲ୍ ମାନେ ବିଭାଗୀୟ କିଛି ଅଧିକାରୀ ମାନଙ୍କୁ ଧରି ମାଛ ଧରିବା ପାଇଁ ବର୍ଷା ଦିନେ ପ୍ରକଳ୍ପ ରୁ ପାଣି ଖାଲି କରୁଥିବାରୁ ଖରା ସମୟରେ ଚାଷୀମାନେ ପାଣି ଟୋପାଏ ପାଉନଥିବା ଅଭିଯୋଗ ହେଉଅଛି । ଚାଷୀ ମାନଙ୍କ ହିତ ଦୃଷ୍ଟିରୁ ଏହି ଘଟଣା ର ଉପଯୁକ୍ତ ତଦନ୍ତ କରି ପ୍ରକଳ୍ପ କୁ ନିଜର ସମ୍ପତ୍ତି ଭାବି ନେଇଥିବା ଦଲାଲ ଏବଂ ବିଭାଗୀୟ କିଛି କର୍ମଚାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ପାଣିକୁ ଗଚ୍ଛିତ ରଖାଯିବାର ବ୍ୟବସ୍ଥା କରିବାପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ଚାଷୀମାନେ ଦାବି ଜଣାଇଛନ୍ତି । ନଚେତ୍ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ପଛାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।