ସରପଞ୍ଚଙ୍କୁ ମହଙ୍ଗା ପଡିଲା ଗଣମାଧ୍ୟମ ଉପରେ ଦବଙ୍ଗଗିରି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଗଣମାଧ୍ୟମ ଉପରେ ଆକ୍ରୋଶ ଆକ୍ରମଣ . ସାରା ଓଡ଼ିଶାରେ କେଉଁଠି ନା କେଉଁଠି ପ୍ରତ୍ୟେକ ଦିନ ସାମ୍ବାଦିକଙ୍କୁ ଆକ୍ରମଣ ହେବାର ଖବର ସାମନାକୁ ଆସୁଛି . ନୟାଗଡ ଜିଲ୍ଲା ସଦର ମହକୁମାରେ ସାମ୍ବାଦିକଙ୍କୁ ଅବକାରୀ କର୍ମଚାରୀଙ୍କ ଆକ୍ରମଣ ଘଟଣାକୁ ଏକ ମାସ ବିତି ନଥିବା ସମୟରେ , ଜିଲ୍ଲା ଅନ୍ତର୍ଗତ ନୂଆଗାଁ ବ୍ଲକ ମାଇଛେଳି ପଞ୍ଚାୟତରେ ଘଟିଛି ଆଉ ଏକ ଅଘଟଣ । ଖବର ସଂଗ୍ରହ ସମୟରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମାଇଛେଳି ପଞ୍ଚାୟତର ସରପଞ୍ଚ ଲିଙ୍ଗରାଜ ପରିଡ଼ା ଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି . ସୂଚନା ଅନୁଯାୟୀ , ଆଜି ଦିବା ୧୧.୩୦ ସମୟରେ ନୂଆଗାଁ ବ୍ଲକ ଟାଇମ୍ସ ଅଫ୍ କଳିଙ୍ଗ ର ସାମ୍ବାଦିକ ରଞ୍ଜନ କୁମାର ନାୟକ ଏବଂ ନୟାଗଡ ଦର୍ପଣ ର ସାମ୍ବାଦିକ ବିକ୍ରମ କେଶରୀ ନାୟକ ଉଭୟ ମାଇଛେଳି ପଞ୍ଚାୟତରେ PDS ଚାଉଳ ବଣ୍ଟନରେ ଦୁର୍ନୀତି ହେଉଥିବାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ . ଚାଉଳ ନେଉଥିବା ଲୋକଙ୍କୁ ପଚାରି ବୁଝିବାରେ ଜଣାପଡିଥିଲା କି ସରପଞ୍ଚ ମନଇଚ୍ଛା ଚାଉଳ ଓଜନ କରି ଦେଉଛନ୍ତି , କାହାର ୪୦୦ଗ୍ରାମ କମୁଛି ତ ଆଉ କାହାର ୫୦୦ଗ୍ରାମ କମୁଅଛି . ଏହି ବିଷୟରେ ଖବର ସଂଗ୍ରହ କରୁଥିବା ଜାଣି ସରପଞ୍ଚ ଲିଙ୍ଗରାଜ ପରିଡ଼ା ସେଠାରେ ପହଞ୍ଚି ତାଙ୍କର ଦବଙ୍ଗଗିରି ଦେଖାଇ ଉତ୍ତ୍ୟକ୍ତ ହୋଇ ଦୁଇ ସାମ୍ବାଦିକଙ୍କୁ ଗାଳି ଗୁଲଜ କରି ମାଡ ମାରିବା ସହିତ ଜୀବନରେ ମାରିଦେବା ର ଧମକ ଦେଇ ଜଣେ ସାମ୍ବାଦିକଙ୍କ ମୋବାଇଲ ଫୋନ କୁ ଛଡାଇ ନେଇ ଯାଇଥିବା ନୂଆଗାଁ ଥାନାରେ ଅଭିଯୋଗ ହୋଇଅଛି । ନୟାଗଡ ଜିଲ୍ଲାରେ ଏକ ମାସ ମଧ୍ୟରେ ଗଣମାଧ୍ୟମ ଉପରେ ଦୋହରା ଆକ୍ରମଣକୁ ନେଇ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା . ନୂଆଗାଁ ବ୍ଲକ ଡିଜିଟାଲ ମିଡ଼ିଆ ୟୁନିୟନ ଏବଂ ଜିଲ୍ଲା ସଂଘ ଘଟଣାର ତୀବ୍ର ପ୍ରତିବାଦ କରିବା ସହିତ ସମ୍ପୃକ୍ତ ସରପଞ୍ଚଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି . ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ୟୁନିୟନ ର ସଭାପତି ଅନୱର ଅଲ୍ଲୀ , ସମ୍ପାଦକ କିଶୋର ମହାପାତ୍ର ଏବଂ ନୂଆଗାଁ ବ୍ଲକ ର ଅନ୍ୟ ସଦସ୍ୟ ମାନେ ଏ ସମ୍ପର୍କରେ ଖବର ପାଇ ତୁରନ୍ତ ନୂଆଗାଁ ଥାନାରେ ପହଂଚିଥିଲେ . ତେବେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ସୁଦ୍ଧା ସମ୍ପୃକ୍ତ ସରପଞ୍ଚ ଥାନାକୁ ନଆସି ଲୁଚି ରହିଥିଲେ . ଚବିଶ ଘଣ୍ଟା ମଧ୍ୟରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ବିକଳ୍ପ ପନ୍ଥା ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଡିଜିଟାଲ ମିଡ଼ିଆ ୟୁନିୟନ ର କର୍ମକର୍ତ୍ତା .

Leave a Reply

Your email address will not be published. Required fields are marked *