ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଡଙ୍ଗରିଆ ଅଞ୍ଚଳରେ ଆଦିବାସୀଙ୍କ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପକୁ ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳ . ଆସନ୍ତା ତିନି ମାସ ମଧ୍ୟରେ ୯୯ ଗ୍ରାମର ୧୦୧୯୦ ଜଣଙ୍କୁ ସେବା ଯୋଗାଇବା ଲକ୍ଷ . ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲି ଗ୍ରାମ ପଞ୍ଚାୟତର ଖଜୁରୀ ଗାଁ ଓ କାଡ୍ରାଗୁମା ଗ୍ରାମରେ ଆଦିମ ଜନଜାତି ଓ ଡଙ୍ଗରିଆଙ୍କୁ ବିନା ଶୁଳ୍କରେ ଚକ୍ଷୁ ପରୀକ୍ଷା, ଅସ୍ତ୍ରୋପଚାର ଓ ଚଷମା ପ୍ରଦାନ ନିମନ୍ତେ ଓଡିଶା ଆଦିବାସୀ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପକୁ ଆଜି ରାୟଗଡ଼ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଶୁଭାରମ୍ଭ କରିଛନ୍ତି । ଭାରତ ସରକାରଙ୍କ ଜନ ଜାତି କଲ୍ୟାଣ ମନ୍ତ୍ରାଳୟ ସହାୟତାରେ ଓଡିଶା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଅଧିନସ୍ତ ଓଡିଶା ଆଦିମ ଜନଜାତି ସଶକ୍ତି କରଣ ଓ ଜିବୀକା ବିକାଶ କାର୍ଯ୍ୟକ୍ରମ ଓ ଏଲ୍.ଭି.ପ୍ରସାଦ ଚକ୍ଷୁ ସଂସ୍ଥାନ ହାଇଦ୍ରାବାଦର ମିଳିତ ଆନୁକୁଲ୍ୟରେ ଏହା ଆୟୋଜନ କରାଯିବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଦିମ ଜନଜାତି ଡଙ୍ଗରିଆ କନ୍ଧ ବସବାସ କରୁଥିବା ଚାଟିକଣା ଓ ପାର୍ସାଲିର ୮୭ ଗ୍ରାମର ୨୬୦୦ ପରିବାରର ୧୦୧୯୦ ଲୋକଙ୍କୁ ତିନି ମାସ ମଧ୍ୟରେ ବିନି ମୂଲ୍ୟରେ ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକୀୟ କ୍ଷେତ୍ରରେ ଅସ୍ତ୍ରୋପଚାର କରାଯାଇ ଚଷମା ପ୍ରଦାନ କରାଯିବ । ଏଥି ନିମନ୍ତେ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ, ଏଲ୍.ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଏବଂ ଓ.ପି.ଲି.ପିର ଆଦି ତିନୋଟି ସଂସ୍ଥା ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ପି.ଏ.ଆଇ.ଟି.ଡି.ଏ, ରାୟଗଡ଼ ଶ୍ରୀ ଟୁକୁ ବାରିକ, ପାର୍ସାଲି ଓ ଚାଟିକଣା, ଡି.କେ.ଡ଼ି.ଏର ସ୍ୱନ୍ତ୍ରର ଅଧିକାରୀ ଶ୍ରୀ ମଦନ ମୋହନ ଦଳବେହେରା, ଏଲ୍.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଅପଟ୍ରିମିଷ୍ଟ୍ ଦେବାନନ୍ଦ ପାଢୀ, ଓ.ପି.ଲି.ପିର ସୁଦର୍ଶନ ପାଢୀ ଏବଂ କୁର୍ଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଜୁରିଗାଁ ଓ କାଡ୍ରାଗୁମାର ଗ୍ରାମବାସୀ ଉପସ୍ଥିତ ଥିଲେ ।