୪୮୭ ଦିବସରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ୨୦୨୦ ମସିହା ମାର୍ଚ୍ଚ ୨୨ ତାରିଖରୁ ଅଦ୍ୟାବଧି ନିଜ ଜୀବନକୁ ବାଜି ଲଗାଇ ନିରବଛିନ୍ନ ଭାବରେ ଆଜକୁ ଦୀର୍ଘ ୪୮୭ ଦିନ ଧରି ସମଗ୍ର ରାଜ୍ୟରେ ରିଲିଫ ବଣ୍ଟନ ସହ ସଚେତନତା ସୃଷ୍ଟି କରିଆସୁଛି ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ।

ଏହି ପରିପ୍ରେକ୍ଷୀରେ ଆଜି ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନେତୃତ୍ୱରେ କର୍ମକର୍ତ୍ତା ମାନେ ଆରୁହା, ଅହିୟାସ, କାଟିଆ, ଭଞ୍ଜସାହି ଆଦି ବିଭିନ୍ନ ଅଞ୍ଚଳର ଲୋକମାନଙ୍କୁ ମହାମାରୀ କରୋନା ସମ୍ପର୍କରେ ସଚେତନ କରାଇବା ସହ ଗରିବ, ଅସହାୟ, ଭିକ୍ଷୁକ ଓ ପ୍ରବାସୀ ମାନଙ୍କୁ ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରିଥିଲେ । ଏଥିରେ ଫାଉଣ୍ଡେସନର ସମ୍ପାଦକ ଶଶିକାନ୍ତ ନାୟକ, ଉପାଧ୍ୟକ୍ଷ ସୁରେନ୍ଦ୍ର ପାଣ୍ଡବ, ସହ-ସମ୍ପାଦକ ମାଷ୍ଟର ମିହିର କୁମାର, କୋଷାଧ୍ୟକ୍ଷା ଶ୍ରୀମତୀ ମଧୁସ୍ମିତା ନାୟକଙ୍କ ସମେତ ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *