ପୂଜ୍ୟ ପୂଜା ପରମ୍ପରା ର ଜାଗ୍ରତ ପ୍ରହରୀ : ଜନମଙ୍ଗଳ ପରିଷଦ !!!

0
930

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସନାତନ ଭାରତବର୍ଷରେ ପୂଜ୍ୟ ପୂଜାର ପରମ୍ପରା ଅତି ପ୍ରାଚୀନ . ସମାଜ ଗଠନରେ ପ୍ରମୂଖ ବିନ୍ଧାଣୀ ଓ ସାରଥି ମାନଙ୍କର ଅବଦାନକୁ ମନେ ପକାଇବା ପାଇଁ ଜନ୍ମ ଏବଂ ପୂଣ୍ୟ ତିଥିରେ ସେମାନଙ୍କୁ ଶ୍ରଦ୍ଧା ସୁମନ ଦିଆଯାଏ . ରାଜଧାନୀ ଭୁବନେଶ୍ୱରରେ ଏହି ପବିତ୍ର କାର୍ଯ୍ୟକ୍ରମର ଜାଗ୍ରତ ପ୍ରହରୀ ସାଜିଛି ଅଗ୍ରଣୀ ସାମାଜିକ ସଂଗଠନ ଜନ ମଙ୍ଗଳ ପରିଷଦ . ଆସନ୍ତା କାଲି ଜୁଲାଇ ୨୬ ତାରିଖ, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । କେବଳ ଓଡ଼ିଶା ନୁହେଁ, ସମଗ୍ର ବିଶ୍ଵର ସାମ୍ବାଦିକ ଜଗତର ସର୍ବକାଳୀନ ବଦ୍ଧାନୁସୟୀ , ପ୍ରତିବଦ୍ଧତା ଧର୍ମ୍ମୀ ଆଦର୍ଶ ତଥା ବହୁମୁଖି ପ୍ରତିଭାଦୀପ୍ତ ବ୍ୟକ୍ତିତ୍ଵ ନୀଳମଣି ବିଦ୍ୟାରତ୍ନ ଙ୍କ ଶ୍ରାଦ୍ଧ ଦିବସ ଅବସରରେ ସକାଳ ସମୟରେ ଜୟଦେବ ବିହାର ଛକ ରେ ସ୍ଥାପିତ ତାଙ୍କର ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥିର କରାଯାଇଛି . ସେହିପରି ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ସାରସ୍ୱତ ସାଧକ, ଶିକ୍ଷାବିତ ଗୋଦାବରୀଶ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥଳ ( ମୁଖ୍ୟ ଡାକପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ) ରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅଗ୍ନି ତେଜସ୍ବିନୀ,ବିପ୍ଲବିଣୀ ମାଳତୀ ଚୌଧୁରୀ ଙ୍କ ୧୧୮ ତମ ଜୟନ୍ତୀ ଏବଂ ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଙ୍କ ଶ୍ରାଦ୍ଧ ଦିବସ ଅବସରରେ ସେଠାରେ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ . ସମସ୍ତ ସମର୍ପିତ ସଦସ୍ୟ , ସଂଗଠନର ଶୁଭେଛୁ ଏବଂ ଆଗ୍ରହୀ ବ୍ୟକ୍ତି ମାନଙ୍କୁ ଅନୁଷ୍ଠାନ ତରଫରୁ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here