ମାନବିକତା ଦେଖାଇଲେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ : ଅସହାୟ ବୃଦ୍ଧାଙ୍କ କଲେ ଅନ୍ତିମ ସଂସ୍କାର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମାନବିକତା ଦେଖାଇଲେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ , ଅସହାୟ ବୃଦ୍ଧାଙ୍କ କଲେ ଅନ୍ତିମ ସଂସ୍କାର । ଦୀର୍ଘ ବର୍ଷ ଧରି ବାଣପୁର ଆହାର କେନ୍ଦ୍ର ନିକଟରେ ରହି ଆସୁଥିଲେ ଅସହାୟ ବୃଦ୍ଧା ପଦ୍ମା ମହାରଣା । ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ସ୍ୱର୍ଗତ କାଶୀନାଥ ମହାରଣା ଙ୍କ ସ୍ତ୍ରୀ ପଦ୍ମା ଓରଫ ପାନାଦେଵୀ । ଦୀର୍ଘ ୩୫ ବର୍ଷ ଧରି ନିଜ ଅଞ୍ଚଳକୁ ଛାଡି ବାଣପୁର ଅଞ୍ଚଳକୁ ଆସି ଏକ ଭଡ଼ା ଘରେ ରହୁଥିଲେ । ପାରିବାରିକ କଳହ ଯୋଗୁ କୋଭିଡ ସମୟରେ ଭଡ଼ା ଘରୁ ଆସି ବାହାରେ ରହୁଥିଲେ ! ପରିବାର ଲୋକେ ମଧ୍ୟ ତାଙ୍କୁ ଆଉ କେହି ପଚାରି ନଥିଲେ । କୋଭିଡ ସମୟରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କ ବିଷୟରେ ଜାଣିଥିଲେ । ପାନାଦେଵୀ ଙ୍କୁ ନେଇ ବାଣପୁର ଯୋଗି ପୋଖରୀ ନିକଟରେ ଥିବା ଆହାର କେନ୍ଦ୍ରର ପରିସରରେ ଥିବା ଏକ ଛୋଟ ଘରେ ରଖିଥିଲେ । ସେହି ଆହାର କେନ୍ଦ୍ରରୁ ପ୍ରତ୍ୟେକ ଦିନ ଆହାର ଖାଇ ରହୁଥିଲେ । ଗତକିଛି ଦିନ ହେବ ପାନାଦେଵୀଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା । ଏ ସମ୍ପର୍କରେ ଖବର ଜାଣିବା ପରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ପାନାଦେଵୀଙ୍କ ସ୍ବାସ୍ଥ୍ୟ ପାଇଁ ବିଭିନ୍ନ ଔଷଧ ସହିତ ଡାକ୍ତରୀ ସୁବିଧା ଯୋଗେଇ ଆସୁଥିଲେ । କିନ୍ତୁ ଦୁଃଖର ବିଷୟ ସୋମବାର ପାନାଦେଵୀଙ୍କ ଦେହାନ୍ତ ଘଟିଥିଲା । ଏ ଦୁଃଖତ ଖବର ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଶୁଣିବା ପରେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ କର୍ମଚାରି ଙ୍କୁ ଧରି ଘଟଣା ସ୍ଥଳରେ ପହଞ୍ଚି ନିଜେ ଉପସ୍ଥିତ ରହି ପାନାଦେଵୀଙ୍କ ଅନ୍ତିମ ସଂସ୍କାର କରିଥିବାର ଦେଖିବାକୁ ମିଳିଥିଲା । ଅଧ୍ୟକ୍ଷ ଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *