ଭିଡକୁ ନୁହନ୍ତି କଳାପଥର ଜୁନିୟର ମହାବିଦ୍ୟାଳୟ ଅଧ୍ୟକ୍ଷ !

0
881

କଲେଜ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ପାଇଁ ବଢି ପାରିଲା ନାହିଁ କଲେଜ ର ସିଟ ସଂଖ୍ୟା

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଭିଡକୁ ନୁହନ୍ତି କଳାପଥର ଜୁନିୟର ମହାବିଦ୍ୟାଳୟ ଅଧ୍ୟକ୍ଷ ! କଲେଜ କର୍ତ୍ତୃପକ୍ଷ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦାୟିତ୍ୱହୀନତା ପାଇଁ ବଢି ପାରିଲାନାହିଁ କଲେଜ ର ସିଟ ସଂଖ୍ୟା . ନାମଲେଖାରୁ ବଞ୍ଚିତ ହେବେ ସ୍ଥାନୀୟ ଛାତ୍ରଛାତ୍ରୀ . ସାମନାକୁ ଆସିଲା କଳାପଥର ଜୁନିୟର ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଅପାରଗତା . ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କଲେଜ ର ସିଟ ବୃଦ୍ଧି ପାଇଁ କରିନାହାନ୍ତି ଆବେଦନ . ଗତକାଲି କିଛି ସାମାଜିକ କର୍ମୀ ଏସମ୍ପର୍କରେ ତାଙ୍କୁ ସୂଚନା ଦେଇଥିଲେ ବି , କଥାକୁ ହେୟଜ୍ଞାନ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ସାହୁ . ଏପରିକି ଆଜି ଉଦ୍ଦେଶ୍ୟମୂଳକ ଭାବରେ ଛୁଟି ନେଇ ଘରେ ବସିଛନ୍ତି . ଯାହା ଫଳରେ ସ୍ଥାନୀୟ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ନାମ ଲେଖାରୁ ବଞ୍ଚିତ ହେବାର ଆଶଙ୍କା ଦେଖା ଦେଇଛି . କଳାପଥର ଧଳାପଥର ଅଞ୍ଚଳରେ ଅବସ୍ଥିତ ଏହୁ ପୁରାତନ ମହାବିଦ୍ୟାଳୟରେ ପ୍ରାୟତଃ ମଧ୍ୟବିତ୍ତ ନିମ୍ନ ମଧ୍ୟବିତ୍ତ ଶ୍ରେଣୀ ପରିବାରର ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରିଥାନ୍ତି . ଏହି ଅଞ୍ଚଳର ବହୁ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖୁଥିଲେ ସୁଦ୍ଧା ପରିବାରର ଆର୍ଥିକ ସ୍ଥିତି କାରଣରୁ ବାହାରେ ପଢିବା ପାଇଁ ଅସମର୍ଥ . ତେଣୁ ଉଚ୍ଚ ଶିକ୍ଷା ପାଇଁ ଅଞ୍ଚଳର ବହୁ ଛାତ୍ରଛାତ୍ରୀ କଳାପଥର କଲେଜ ମୁଁହା ହେଉଥିବା ସମୟରେ କଲେଜ କର୍ତ୍ତୁପକ୍ଷଙ୍କ ଅପାରଗତା ଏବଂ ପରିଚାଳନା ଗତ ତ୍ରୁଟି ଏବେ ହୋଇଛି ମୁଖ୍ୟ ସମସ୍ୟା . ଅନ୍ୟ ପକ୍ଷରେ ଅନୁଷ୍ଠାନ ପରିଚାଳନା କମିଟିର ସଭାପତି ତଥା ବାଙ୍କୀ ଉପ ଜିଲ୍ଲାପାଳଙ୍କ ପାଖରେ ଏ ସଂକ୍ରାନ୍ତରେ କୌଣସି ସୂଚନା ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି .

ସୂଚନା ଅନୁସାରେ କଳାପଥର ଜୁନିୟର ମହାବିଦ୍ୟାଳୟରେ ଉପଲବ୍ଧ ସିଟ ସଂଖ୍ୟା ଠାରୁ ବହୁ ଅଧିକ ଛାତ୍ରଛାତ୍ରୀ ପ୍ରତିବର୍ଷ ଆବେଦନ କରିଥାନ୍ତି . ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାରୁ ସିଟ ବଢାଇବାର ଆବଶ୍ୟକତା କୁ ଅନୁଭବ କରି ରାଜ୍ୟ ସରକାର କଲେଜ ମାନଙ୍କୁ ଆବେଦନ କରିବା ପାଇଁ ଆଦେଶ ଦେଇଥିଲେ . ତେବେ ପ୍ରଥମ ଅବଧି ସାରିବା ପରେ ସୁଦ୍ଧା ସିଟ ବୃଦ୍ଧି ପାଇଁ କୌଣସି ତତ୍ପରତା ଦେଖାଇଲେ ନାହିଁ କଲେଜ କର୍ତ୍ତୃପକ୍ଷ . ଆବେଦନ କରିବା ପାଇଁ ଶେଷ ଦୁଇ ଦିନ ଥିବା ସମୟରେ ଘଟଣା ସମ୍ପର୍କରେ ସ୍ଥାନୀୟ କିଛି ସାମାଜିକ କର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧି ଅଧ୍ୟକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ . ହେଲେ ମହାବିଦ୍ୟାଳୟରେ ଅଧିକ ସିଟ ର ଆବଶ୍ୟକତା ନାହିଁ ବୋଲି କଥାକୁ ଏଡାଇ ଯାଇଥିଲେ ଅଧ୍ୟକ୍ଷ . ଆଜି ଆବେଦନ କରିବାର ଶେଷ ଦିନରେ ଜାଣିଶୁଣି ଛୁଟି ନେଇ ଘରେ ବସିଛନ୍ତି . ତେବେ ସମସ୍ୟାର ଗୁରୁତ୍ୱ କୁ ଉପଲବ୍ଧି କରି ସ୍ଥାନୀୟ ଅଞ୍ଚଳର କେତେକ ସାମାଜିକ କର୍ମୀ କଲେଜ ପରିସରରକୁ ଯାଇ ଦାୟିତ୍ୱରେ ଥିବା ଅଧ୍ୟକ୍ଷଙ୍କୁ ଏ ବିଷୟରେ ପଚାରିଥିଲେ . ହେଲେ ସେ ମଧ୍ୟ ଦେଇଥିଲେ ନୈରାଶ୍ୟଜନକ ଉତ୍ତର . ଏପରିକି ଅନୁଷ୍ଠାନର ସଭାପତି ତଥା ବାଙ୍କୀ ଉପ ଜିଲ୍ଲପାଳ ଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରକାଶ କରିଥିଲେ . ଅନ୍ୟ ପକ୍ଷରେ ସିଟ ବୃଦ୍ଧି ପାଇଁ ଆବେଦନ ଦାବୀ କରି କଲେଜ ପରିସରରେ ଧାରଣା ଦେଇଛନ୍ତି ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତି . ଯୁବନେତା ନରେଶ କୁମାର ସାହୁ , ଆଇନଜୀବୀ ପ୍ରଦୀପ ପଟ୍ଟନାୟକ , ରଣଜିତ ତ୍ରିପାଠୀ , ରାକେଶ କୁମାର ସାହୁ , ଅମୁଲ୍ୟ ପ୍ରଧାନ ପ୍ରମୂଖ ଧାରଣାରେ ବସି ରହିଥିବାର ସୂଚନା ମିଳିଛି .

LEAVE A REPLY

Please enter your comment!
Please enter your name here