ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଜନ ଶିକ୍ଷଣ ସଂସ୍ଥାନ ତରଫରୁ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ସୁଆଖାଇ କାଟେଣୀ ଗ୍ରାମ ପଂଚାୟତର ରଂଜା ଗ୍ରାମରେ ମହିଳା ମାନଙ୍କୁ ସାନିଟାରୀ ନାପକିନ ବଣ୍ଟନ କରାଯିବା ସହ ଏହାର ବ୍ୟବହାର ଓ ଉପଯୋଗୀତା ଉପରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆଜିର ଏହି ସଭାରେ ମୁଖ୍ୟ ଅତିଥି ରୂପେ ପଂଚାୟତର ନାଏବ ସରପଞ୍ଚ ଶ୍ରୀମତୀ ଝରଣା ସାହୁ, ଅତିଥି ରୂପେ ୱାର୍ଡ ମେମ୍ବର ଶ୍ରୀମତୀ ସବିତା ବେହେରା ଙ୍କ ସମେତ ଜନ ଶିକ୍ଷଣ ସଂସ୍ଥାନର ଅଧିକାରୀ ସଞ୍ଜୟ କୁମାର ରାଉତ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ୮ ଜଣ ସହଯୋଗୀ କର୍ମଚାରୀ , 44 ଜଣ ହିତାଧିକାରୀ ଏବଂ ଶିକ୍ଷୟତ୍ରୀ ଶ୍ରୀମତୀ ଆସନ୍ତି ସାହୁ ଉପସ୍ଥିତ ରହିଥିଲେ । ଅଂଚଳର ସ୍ୱଚ୍ଛତା ସମେତ ନିଜର ସ୍ୱଚ୍ଛତା ଉପରେ ଆଜିର ସଭାରେ ଧ୍ୟାନ ଦେବା ସଙ୍ଗେ ସଙ୍ଗେ ସମସ୍ତ ହିତାଧିକାରୀଙ୍କୁ ଧନ୍ଦାମୂଳକ ପ୍ରମାଣପତ୍ର ଓ ସାନିଟାରୀ ନାପକିନ ପ୍ରଦାନ କରାଯାଇଥିଲା । ପରିଶେଷରେ ପ୍ରବୀଣ କୁମାର ରାଉତଙ୍କ ଦ୍ଵାରା ସ୍ୱଚ୍ଛତା ଶପଥ ପାଠ କରା ଯାଇଥିଲା ।
ଜନ ଶିକ୍ଷଣ ସଂସ୍ଥାନ ତରଫରୁ ସାନିଟାରୀ ନାପକିନ ବଣ୍ଟନ !

