ଆଇ.ଏସ.ଓ ମାନ୍ୟତା ପାଇଲା ନୟାଗଡ଼ ଆବର୍ଜନା ପରିଚାଳନା କେନ୍ଦ୍ର !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ସହରର କ୍ଷେତ୍ରିବରପୁର ଠାରେ କାର୍ଯ୍ୟକ୍ଷମ ଥିବା ଆବର୍ଜନା ପରିଚାଳନା କେନ୍ଦ୍ର କୁ ରାଜ୍ୟ ସରକାର ଆଇ.ଏସ. ଓ ମାନ୍ୟତା ପ୍ରଦାନ କରିଛନ୍ତି । ସହରରୁ ଅଳିଆ ଆବର୍ଜ୍ଜନା ସଫା କରିବାରେ ନୟାଗଡ଼ ପୈାର ପରିଷଦର ସଫଳ ପ୍ରୟାସ ଓ ପଦକ୍ଷେପ ନିମନ୍ତେ ଏହି ମାନପତ୍ର ପ୍ରଦାନ କରାଯାଇଛି। କ୍ଷୁଦ୍ର ଜୈବିକ ଖତ ପ୍ରସ୍ତୁତ କେନ୍ଦ୍ର ଏବଂ ଶୁଖିଲା ବର୍ଜ୍ୟବସ୍ତୁ ପୃଥକୀକରଣ କେନ୍ଦ୍ର କୁ ଜୈବିକ ମିଶନ ଶକ୍ତି ଗୋଷ୍ଠୀ ଦ୍ୱାରା ପରିଚାଳନା କରାଯାଉଛି ।

ସ୍ୱାସ୍ଥ୍ୟ ସାଥି , ପର୍ଯ୍ୟବେକ୍ଷକ ମିଳିତ ଭାବେ ଏହି କାର୍ଯ୍ୟକୁ ପରିଚାଳନା କରୁଛନ୍ତି । ମୋ ଖତ କେଜି ପ୍ରତି କୋଡିଏ ଟଙ୍କାରେ ଖୋଲା ବଜାରରେ ବିକ୍ରୀ କରାଯାଉଥିବା ବେଳେ ଶୁଖିଲା ବର୍ଜ୍ୟବସ୍ତୁ କୁ ବିଭିନ୍ନ ସିମେଣ୍ଟ ଫ୍ୟାକ୍ଟ୍ରି କୁ ପଠାଯାଉଛି। ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଙ୍କ ପ୍ରଚେଷ୍ଟାରେ ପାଞ୍ଚଟି ବ୍ୟାଟେରୀ ଚାଳିତ ଅଟୋ ଦ୍ୱାରା ସହରର ଦୁଆର କୁ ଦୁଆର ପହଞ୍ଚି କର୍ମଚାରୀ ମାନେ ଅଳିଆ ଆବର୍ଜ୍ଜନା ସଂଗ୍ରହ କରିବା ସହ ସହର ର ପରିଚ୍ଛନ୍ନତା କରାଯାଉଥିବା ପରିମଳ ବିଶେଷଜ୍ଞ ବିବେକାନନ୍ଦ ପ୍ରଧାନ ଏବଂ ପରିମଳ ନିରୀକ୍ଷକ ଲକ୍ଷ୍ମୀଧର ସାହୁ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *