ସମଲ ବ୍ୟାରେଜ ସମ୍ପୂର୍ଣ୍ଣ ବାସଚ୍ୟୁତ ଶ୍ରମିକଙ୍କ ନିଯୁକ୍ତି ସମସ୍ୟା ନେଇ ତ୍ରିପାକ୍ଷିକ ଆଲୋଚନା !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ସମଲ ବ୍ୟାରେଜ ସମ୍ପୂର୍ଣ୍ଣ ବାସଚ୍ୟୁତ ଶ୍ରମିକଙ୍କ ନିଯୁକ୍ତି ସମସ୍ୟା ନେଇ ଅନୁଗୋଳ ସର୍କିଟ ହାଉସ ଠାରେ ଉପ-ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ତ୍ରିପାକ୍ଷିକ ଆଲୋଚନା . ଅନୁଗୋଳ ଜିଲ୍ଲାର ସମଲ ବ୍ୟାରେଜ ଠାରେ ସମଲ ନଦୀବନ୍ଧ ଯୋଜନା କୁ ଶୁଭାରମ୍ଭ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ । ପ୍ରକଳ୍ପର ମୁଖ୍ୟ ଲକ୍ଷଥିଲା ତଳ ଅଂଚଳର ଲୋକଙ୍କୁ ବନ୍ୟା ଦାଉରୁ ରକ୍ଷାକରିବା ଓ କେନାଲ ମାଧ୍ୟମରେ ଚାଷ ଜମିକୁ ଜଳସେଚନ କରାଯିବା,୧୯୭୯ ମସିହାରେ ସମଲ ବ୍ୟାରେଜ ପ୍ରକଳ୍ପ ନିର୍ମାଣ ହୋଇ ୧୯୯୦ ମସିହାରେ ଜଳପ୍ରକଳ୍ପରେ ଜଳ ସଂଗୃହିତ କରାଯାଇଥିଲା ।

ପ୍ରକଳ୍ପ ନିର୍ମାଣ ହେବାର ୪୦ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପ ପାଇଁ ସାତପରୁଷ ଭିଟା ମାଟି ହରାଇଥିବା ଚାରି ଖଣ୍ଡ ଗ୍ରାମ ସଗଡିପାଳ,ଲାଙ୍ଗୁଆବେଡା,ବଲାଂଗୀ ଓ ବିଜିଗୋଳ ପାଟଣାର ଅଧିବାସୀ ଙ୍କୁ ନ୍ୟାୟ ପାଇଁ ବୈଠକ । ଥଇଥାନ ନୀତି ଅନୁଯାୟୀ ୪ ଖଣ୍ଡ ଗ୍ରାମର ଲୋକଙ୍କୁ ସରକାରୀ ନିୟମ ମୁତାବକ ୫୦ ଭାଗ ନିଯୁକ୍ତିର ନିୟମ ଥିଲେ ମଧ୍ୟ ଏଥିରୁ ସମ୍ପୂର୍ଣ ବିସ୍ଥାପିତ ପରିବାରଙ୍କୁ ବାଦ ଦିଆଯିବା ସହ ପ୍ରକଳ୍ପରେ ବିସ୍ଥାପିତ ୬୮ ଜଣ ପ୍ରଜା ଙ୍କ ଚାକିରୀକୁ ସ୍ଥାୟୀ କରାଯିବା ସହ ବକେୟା ପ୍ରାପ୍ୟ ପ୍ରଦାନ କରିବା ଓ ଥଇଥାନ ନୀତି ନିୟମ ଅନୁଯାୟୀ ତାଙ୍କୁ ସଠିକ ଭାବେ ଥଇଥାନ କରାଯାଇନାହିଁ ସେ ଉପରେ ଆଲୋଚନା ହୋଇଥିଲା। ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ ଅନ୍ତର୍ଗତ ସମଲ ବୃହତ ନଦୀବନ୍ଧ ଯୋଜନା ଦ୍ୱାରା ୪ ଖଣ୍ଡ ଗ୍ରାମର (ସଗଡିପାଳ,ବଲାଙ୍ଗୀ,ବିଜିଗୋଳ ପାଟଣା,ଲାଙ୍ଗୁଆବେଡା)ଗ୍ରାମର ସମ୍ପୂର୍ଣ୍ଣ ୭୯ ଜଣ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗ ଦେବା ତାରିଖ(୨.୦୯.୧୯୯୩)ଠାରୁ ହିସାବ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ ସହ ସମସ୍ତ ବକେୟା ଦରମା ପ୍ରଦାନ ଦାବୀନେଇ ସମଲ ବ୍ୟାରେଜ ବାସଚ୍ୟୁତ ଶ୍ରମିକ ସଂଘ (କ) ପକ୍ଷରୁ ବିଭିନ ସମୟରେ ଦାବି ଆପତ୍ତି କରାଯାଇ ଆସିବା ସହ ଆନ୍ଦୋଳନ ମଧ୍ୟ କାରୀ ଆସୁଥିଲେ।

ବାରମ୍ବାର ବୈଠକ ବସି କୌଣସି ସମାଧାନ ହୋଇପାରିନଥିଲା ।ଆଜି ଦୀର୍ଘ ୪୦ ବର୍ଷ ପରେ ଓଡିଶା ବିଧାନସଭା ର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ନେତୃତ୍ୱରେ ଅନୁଗୋଳ ସର୍କିଟ ହାଉସ ଠାରେ ସମୀକ୍ଷା ବୈଠକ ବସିଥିଲା। ବୈଠକରେ ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ବାସଚ୍ୟୁତ ଶ୍ରମିକ ସଂଘ (କ) ର ବିଭିନ୍ନ ଦାବି ଉପରେ ଆଲୋଚନା ପର୍ଯ୍ୟାଲୋଚନା ପରେ ଦାବି ଗୁଡିକ ଯଥାର୍ଥ ଖୁବ ଶୀଘ୍ର ଏହା ଉପରେ ବିଚାର କରାଯିବ ବୋଲି ବୈଠକ ରେ ନିଷ୍ପତି ନିଆଯାଇଥିଲା।ଏହି ବୈଠକ ରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଳଲହଡା ବିଧାୟକ ମୁକେଶ କୁମାର ପାଳ, ଅନୁଗୋଳ ଉପ-ଜିଲ୍ଲାପାଳ ବାସୁଦେବ ଶତପଥୀ,ସମଲ ବ୍ୟାରେଜ ମୁଖ୍ୟଯନ୍ତ୍ରୀ ପ୍ରଭାକର ବେହେରା ,LAO, ଜୋନ ଅଫିସର,ତାଳଚେର ଉପଜିଲ୍ଲାପାଳ,ADM ଙ୍କ ସମେତ ବାସଚ୍ୟୁତ ଶ୍ରମିକ ସଂଘ (କ)ର ସଭାପତି ପ୍ରଫୁଲ ମିଶ୍ର,ପଞ୍ଚାନନ ମିଶ୍ର,କୁତାର୍ଥ ମିଶ୍ର,ବସନ୍ତ ଗଡନାୟକ ,କିଶୋରି ଗଡନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *