ଭରତପୁର ଲିଜ ଜମି ହଡପ ମାମଲା : ଆରମ୍ଭ ହେଲା ପ୍ରଶାସନିକ ଖୋଳତାଡ !!

Spread the love

ବିଭାଗୀୟ ସ୍କାନର ରେ ବହୁ ଜମି ଦଲାଲ , ବିଲଡର ଏବଂ ସରକାରୀ ଚାକିରିଆ

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜଧାନୀ ଉପକଣ୍ଠ ଭରତପୁରରେ ଭୂମିହୀନଙ୍କୁ ପ୍ରଦାନ କରାଯାଇଥିବା ଜମି ହଡପ ମାମଲାର ଆରମ୍ଭ ହୋଇଛି ଖୋଳତାଡ . ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏ ନେଇ ପ୍ରାଥମିକ ଯାଞ୍ଚ ଆରମ୍ଭ ହୋଇଥିବା ସମୟରେ ଆଗମୀ ଦିନରେ ସମସ୍ତ କେଳେଙ୍କାରୀରେ ତଦନ୍ତ ହେବ ବୋଲି ସୂଚନା ମିଳିଛି . ସାଧାରଣ ପ୍ରଶାସନ ବିଭାଗର ନିୟମ ଏବଂ ସର୍ତ୍ତାବଳୀକୁ ଖିଲାପ କରି ଜମି ହସ୍ତାନ୍ତର କରିଥିବା ହିତାଧିକାରୀ ଏବଂ ଜମି ଦଖଲ କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ପ୍ରକାଶ କରିଛନ୍ତି .

ରାଜଧାନୀ ଉପକଣ୍ଠ ଭରତପୁରରେ ଜମି କେଳେଙ୍କାରୀ ନେଇ ଖବର ପ୍ରସାରଣ ହେବା ପରେ ଚଳଚଞ୍ଚଳ ହୋଇ ଉଠିଛି ରାଜସ୍ୱ ବିଭାଗ . ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ବସବାସ କରୁଥିବା ଗରୀବ ଭୂମିହୀନ ମାନଙ୍କୁ ଥଇଥାନ କରିବା ପାଇଁ ସରକାର ଯୋଗାଇ ଦେଇଛନ୍ତି ବାସପଯୋଗୀ ଜମି . ତେବେ ଜମି ମାଫିଆଙ୍କ ଠାରୁ ଆରମ୍ଭ କରି ବିଲଡର ସଂସ୍ଥା ପର୍ଯ୍ୟନ୍ତ ସମସ୍ତଙ୍କର ଆଖି ସେଇ ଜମି ଉପରେ . କିଏ ଲୋଭ ଦେଖାଇ ତ ଆଉ କିଏ ବଳ ପ୍ରୟୋଗ କରି ସେ ସବୁ ଜମିକୁ ହାତେଇବାରେ ବ୍ୟସ୍ତ . ଅନ୍ୟ ପକ୍ଷରେ ଲୋକଙ୍କୁ ସାଧାରଣ ପ୍ରଶାସନ ବିଭାଗ ତରଫରୁ ସର୍ତ୍ତ ମୂଳକ ପଟ୍ଟା ପ୍ରଦାନ କରାଯାଉଥିଲେବି , ଫରଜି କାଗଜ ପତ୍ର ପ୍ରସ୍ତୁତ କରି ସେସବୁ ଜମିକୁ ହାତେଇ ନେଉଛନ୍ତି ଜମି ମାଫିଆ . ତେବେ ଜମି କେଳେଙ୍କାରୀ ଘଟଣାରେ ସାମନାକୁ ଆସିଥିଲା ରଂଜିତା ମଲ୍ଲ ଓରଫ ରଂଜିତା ସ୍ୱାଇଁଙ୍କ ନାମ . ଆଉ ସବୁଠାରୁ ଆଶ୍ଚଯ୍ୟର କଥା ହେଲା ରଂଜିତାଙ୍କ ସ୍ୱାମୀ କମିଶନରେଟ ପୁଲିସ ରେ କାର୍ଯ୍ୟରତ ଜଣେ କର୍ମଚାରୀ . ନିଜ ସ୍ୱାମୀଙ୍କ ପଦବୀର କ୍ଷମତା ଭୟ ଦେଖାଇ ରଂଜିତା ମଲ୍ଲ ଓରଫ ସ୍ୱାଇଁ ଚଳାଇଛନ୍ତି ନିଜର ଜମି ଦଲାଲି . ଭୂମିହୀନ ଙ୍କୁ ମିଳିଥିବା ଜମିର ରକ୍ଷଣାବେକ୍ଷଣ ପାଇଁ କାଗଜପତ୍ର ପ୍ରସ୍ତୁତ କରି ଜମିକୁ ଅନ୍ୟ ଲୋକକୁ ଚଢା ଦରରେ ବିକ୍ରି କରୁଛନ୍ତି . ଢେଙ୍କାନାଳ ବୃନ୍ଦାବନପୁର ଗ୍ରାମର ଆରତୀ ଶତପଥୀ ନାମକ ଗରୀବ ମହିଳାଙ୍କୁ ଭରତପୁର ଜୋକଲଣ୍ଡି ମୌଜାରେ ମିଳିଥିବା ପ୍ଲଟ ନମ୍ବର 1944 ଜମିକୁ କୌଶଳକ୍ରମେ ହାତେଇ ନେଇ ପରେ ଗଞ୍ଜାମ ଜିଲ୍ଲା ଆସ୍କାର ଗୋପାଳକୃଷ୍ଣ ଦାସ ନାମକ ବ୍ୟକ୍ତିଙ୍କୁ ହସ୍ତାନ୍ତର କରି ମୋଟା ଅଙ୍କର ଅର୍ଥ ଆଦାୟ କରିଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା .

Leave a Reply

Your email address will not be published. Required fields are marked *