ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ପୁରୁଣା ସହର ସ୍ଥିତ ବଡମଠ ର ମହନ୍ତ ସୁଦାମ ଚରଣ ଦାସ ମହାରାଜ ଙ୍କର ପରଲୋକ ଘଟିଛି । ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସା ହେଉଥିଲେ । ଗତକାଲି ରାତିରେ ତାଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା . ଆଜି ସକାଳ ଦଶ ଘଟିକା ସମୟରେ ତାଙ୍କର ପରଲୋକ ଘଟିଛି । ସେ ୧୯୫୨ ମସିହାରେ ସନ୍ୟାସ ଗ୍ରହଣ କରିଥିଲେ , ୧୯୬୮ ମସିହା ରୁ ବଡମଠ ର ମହନ୍ତ ଭାବେ କାର୍ଯ୍ୟ କରୁଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ନୟାଗଡ ବହୁ ସଙ୍ଗଠନ ସହିତ ଜଡିତ ଥିଲେ । ନୟାଗଡ଼ ଶାନ୍ତି କମିଟି ର ସଭ୍ୟ ଥିବା ସହ ଦକ୍ଷିଣ କାଳୀ ମନ୍ଦିର କମିଟି ର ସଭାପତି ଭାବେ କାର୍ଯ୍ୟ ତୁଲାଉଥିଲେ । ମହାରାଜ ନୟାଗଡ଼ ଜିଲ୍ଲା ରେ ଘରେଘରେ ଜଣେ ପରିଚିତ ବ୍ୟକ୍ତି ଥିଲେ। ତାଙ୍କର ବିୟୋଗରେ ସମାଜସେବୀ ତଥା ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ପ୍ରଫୁଲ୍ଲ କର, ପୁର୍ବତନ ନୟାଗଡ଼ ନଗରପାଳ ଗୁରୁପ୍ରସାଦ ଜେନା, ସମାଜସେବୀ କିଶାନ ଦାସ , ସାମ୍ବାଦିକ ଶ୍ରୀକାନ୍ତ ଖଟେଇ , ବିଜେଡି ନେତ୍ରୀ ଜୟଶ୍ରୀ ଦାସ, ଏବଂ ନୟାଗଡ଼ ସହର ର ବହୁ ସାମ୍ବାଦିକ, ଆଇନଜୀବି, ସମାଜସେବୀ ଶୋକ ପ୍ରକାଶ କରିଛନ୍ତି ।
ବଡମଠ ମହନ୍ତ ସୁଦାମ ଚରଣ ଦାସ ମହାରାଜଙ୍କର ପରଲୋକ !

