କଟକ ନଗର ଭାଜପା ତରଫରୁ କଟକ ମହାନଗର ନିଗମ ସମ୍ମୁଖରେ ବିକ୍ଷୋଭ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ନଗର ଭାଜପା ତରଫରୁ କଟକ ମହାନଗର ନିଗମ ସମ୍ମୁଖରେ ସିଏମସି ପ୍ରଶାସନ ବିରୁଦ୍ଧରେ ଡେଙ୍ଗୁ ମହାମାରୀ ପାଇଁ ଆଗୁଆ ପଦକ୍ଷେପ ନେବାରେ ଚରମ ଅବହେଳା ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ପ୍ରତିବାଦ ସଭାରେ ନାଳ ଗୁଡିକରୁ ପଙ୍କ ଉଦ୍ଧାର, ନର୍ଦ୍ଧମା ସଫା,ଖୋଲା ନାଳ ଉପରେ ସ୍ଲାବ ପକାଇବା, ନକଲି ମଶା ତେଲ ଓ ମଶା ଧୂଆଁ ନ ଛାଡି ଅସଲି ନିୟମିତ ପକାଇବା, ସିଡ଼ିଏ ପେଟାନାଳ ସଫା କରିବା , ଗଳି ବଜ଼ାର ସବୁ ଗୁଡିକୁ ନିରନ୍ତର ସାନିଟାଇଜ କରିବା , ନଗର ଓ ୱାର୍ଡ ରେ ସ୍ୱାସ୍ଥ୍ୟ ସୁପରିଚାଳନା ପାଇଁ ସର୍ବଦଳୀୟ ସର୍ବ ସମାଜ କମିଟି ଗଠନ କରି ତାର ପରାମର୍ଶ ନେବା ତଥା ଡେଙ୍ଗୁ ମୁକାବିଲା ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ଯୋଜନା କରିବା ଆଦି ଦାବୀରେ କମିଶନର ଙ୍କୁ ଦାବିପତ୍ର ଦିଆଯାଇଥିଲା । ଏଥିରେ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ,ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ମିଶ୍ର, ମଣ୍ଡଳ ସଭାପତି ଦେବାନନ୍ଦ ସିଂ, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଶିବେଶ ମିଶ୍ର, ରତନ ମହାନ୍ତି, ନମିତା ମିଶ୍ର ଓ ଶ୍ୟାମ ସୁନ୍ଦର ସାହୁ, ଜିଲା ସମ୍ପାଦକ ଜୟକୃଷ୍ଣ ସ୍ୱାଇଁ , ଅମିତ ମିତ୍ର ଓ ସୋନିଆ ଶର୍ମା, ମୋର୍ଚ୍ଚା ସଭାପତି ସତ୍ୟବ୍ରତ ମିଶ୍ର, ଶିବପ୍ରସାଦ ସେଠି, ପୂର୍ଣଚନ୍ଦ୍ର ଜେନା ଓ ମହମ୍ମଦ ସବିର, ପ୍ରକୋଷ୍ଠ ସଂଯୋଜକ ମିଲନ ବଡୁ, ସୁବାଷ ମହାନ୍ତି, ଅରବିନ୍ଦ ଜୈନ, ପ୍ରଦୀପ ଶର୍ମା, ନାରାୟଣ ପ୍ରସାଦ ମହାନ୍ତି, ସବ୍ୟସାଚୀ ମହାପାତ୍ର, ସୁଶାନ୍ତ ମହାନ୍ତି, ମମତା ନନ୍ଦୀ, ରବୀନ୍ଦ୍ର ମହାରଣା, ଶ୍ରୀବତ୍ସ ରାଉତ, ରାଜେଶ ଜେନା, ମହମ୍ମଦ ମୁସ୍ତାକିମ, ଧିରପ୍ରସାଦ ମହାନ୍ତି, ବିଶ୍ୱନାଥ ଜୋତକି, ପ୍ରସନ୍ନ ପ୍ରଧାନ, ସୌଦାମିନୀ ମିଶ୍ର, ରମେଶ ଦାସ, ପାର୍ବତୀ ଦାସ, କଲ୍ୟାଣି ମହଲା, ବବିତା ମହାପାତ୍ର, ମିଟୁନା ମହାପାତ୍ର, ରମେଶ ପ୍ରଧାନ, ସୁରେଶ ମହାନ୍ତି, ନଳିନୀ ରାୟ, ସୁଚିତ୍ରା ସେନାପତି,ସୁକାନ୍ତ ବିଶୋଇ, ସୂର୍ଯ୍ୟ ନାରାୟଣ ବେହେରା, ଶର୍ମିଷ୍ଠା ବେହେରା, ଶ୍ରୀକାନ୍ତ ବେହେରା, ଶ୍ରୀନୁ ଆଚାରୀ, ପୂର୍ଣ୍ଣିମା ଘଡେଇ, ସାଗରିକା ମୁଦୁଲି, ମିତାଲି ଶର୍ମା, ଏନ ଫଗୁଆ, ନରେଶ ଭରାଲାବାଲା, ପୌର୍ଣ୍ଣମାସୀ ମହାପାତ୍ର, ତାରା ପ୍ରସାଦ ମହାନ୍ତି, ମନୋରଞ୍ଜନ ପ୍ରଧାନ, ବଚନ ଦାସ, ଵିନୟ ଦାସ, ରୁଦ୍ର ଦାସ, ଖିତିଶ ଜଗତି, ପ୍ରଦୀପ ରଥ, ଶ୍ରୀନିବାସ ରେଡି, ଯୋଗେନ୍ଦ୍ର ବେହେରା, ମହମ୍ମଦ ମୋକିତ, ଶିଶିର ପାଳ, ପ୍ରୀତି ମହାପାତ୍ର ପ୍ରଭୁତି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *