ଢେଙ୍କାନାଳରେ ଆମ ଆଦମୀ ପାର୍ଟି ର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ !

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ଆମ ଆଦମୀ ପାର୍ଟି ର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି . ଢେଙ୍କାନାଳ ସହର ମହାବୀର ବଜାର ସ୍ଥିତ କଚେରୀ ରୋଡ଼ରେ ଆମ ଆଦମୀ ପାର୍ଟିର ଦଳୀୟ କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଛି । ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୁପେ ଆମ ଆଦମୀ ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼ ଅଜୟ ପତି ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଆମ ଆଦମୀ ପାର୍ଟିର ବିଚାର ତଥା ଅରବିନ୍ଦ କେଜେରୀୱାଲ ଙ୍କ ବିଚାର ଧାରା ରେ ସାମିଲ ହୋଇ ଲୋକଙ୍କ ସମସ୍ୟାକୁ ସର୍ବ ସମୁଖ କୁ ଆଣିବା ପାଇଁ ସଦସ୍ୟ ମାନଙ୍କୁ ଉତ୍ସ।ହିତ କରିଥିଲେ । ଆଜକୁ ଦୀର୍ଘ 8 ବର୍ଷ ଧରି ଆମ ଆଦମୀ ପାର୍ଟି ଲୋକଙ୍କର ପାନୀୟ ଜଳ ସମସ୍ୟା, ବିଜୁଳି ସମସ୍ୟା ତଥା ରାସ୍ତା ସମସ୍ୟା ଆଦିକୁ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିବାରେ ଯେଉଁ ଭୂମିକା ଗ୍ରହଣ କରିଛି ତାହା ଆଗକୁ ବଜାୟ ରଖିବା ପାଇଁ ସଦସ୍ୟ ମାନଙ୍କୁ ଆହ୍ୱାନ କରିଛନ୍ତି । ଆମ ଆଦମୀ ପାର୍ଟିର ଜିଲ୍ଲା ଆବାହକ ପଙ୍କଜ ନାୟକ ଲୋକ ମାନଙ୍କୁ ତାଙ୍କ ସମସ୍ୟା ନେଇ ଆସି କିଭଳି ଭାବେ ତାହାର ସମାଧାନ କରିବେ କିମ୍ବା ପ୍ରଶାସନ ପାଖରେ ସମସ୍ୟାକୁ ପହଞ୍ଚାଇବେ ସେଥିପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଜିର ଏହି ଉଦଘାଟନୀ ପର୍ବରେ ଓଡ଼ପଡା ବ୍ଲକ ସଭାପତି ଲକ୍ଷ୍ମଣ ନାୟକ, ସୁଚିତ୍ରା ସାହୁ, ପ୍ରଫେସର ବିଶ୍ୱନାଥ ମହାପାତ୍ର, ବିରଜା ପଟ୍ଟନାୟକ, ନିର୍ମଳ ମହାପାତ୍ର, ବିନୟ ସାହୁ, ସନାତନ ନାୟକ, ଡ଼ମ୍ବୁରୁଧର ନାୟକ, ସଂଧ୍ୟାରଣୀ ସାହୁ, ବିନି ପଲେଇ , ଦେବାନନ୍ଦ ହୋତା ଙ୍କ ସମେତ 50 ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *