ଓଏସ୍ଏସସି ଦୁର୍ନୀତିର ସିବିଆଇ ତଦନ୍ତ ଦାବୀ ନେଇ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଓଏସ୍‌ଏସସି ଦୁର୍ନୀତିର ସିବିଆଇ ତଦନ୍ତ ଦାବୀ ନେଇ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ . ଓଡିଶା ଷ୍ଟାଫ ସିଲେକ୍‌ସନ୍ କମିଶନରେ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ଓ ବ୍ୟାପକ ଦୁର୍ନୀତି ହେଉଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ମହାଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ଢେଙ୍କାନାଳ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁଳିକା ଦାହ କରାଯାଇଛି । ଅଭିଯୋଗ କରାଯାଇଛି ଯେ , ଓଏସ୍ଏସିରେ ଗତ ଦଶନ୍ଧି ଧରି ଚାକିରୀ ପ୍ରଦାନ କ୍ଷେତ୍ରରେ ଦୁର୍ନୀତି ହେଉଛି । ଅଧିକ ନମ୍ବର ରଖୁଥିବା ମେଧା ପ୍ରାର୍ଥୀଙ୍କୁ ଚାକିରୀ ନଦେଇ ବିପୁଳ ଅର୍ଥ କାରବାର କରି କମ୍ ନମ୍ବର ରଖୁଥିବା ଅଯୋଗ୍ୟ ପ୍ରାର୍ଥୀଙ୍କୁ ଚାକିରୀ ବିକ୍ରି କରାଯାଉଛି ଯାହାକି ନିକଟରେ ଗିରଫ ହୋଇଥିବା ଏହି ବିଭାଗର ଜଣେ କର୍ମଚାରୀଙ୍କ ଅମାପ ସମ୍ପତ୍ତି ଜବତ ଘଟଣାରୁ ସ୍ପଷ୍ଟ ହୋଇଛି ।ଏହି ପ୍ରସଙ୍ଗର ସିବିଆଇ ଦ୍ବାରା ତଦନ୍ତ କରିବା ଦାବିରେ ଆଜି ସଂଧ୍ୟା 7 ଘଟିକା ସମୟରେ ଗୋପବନ୍ଧୁ ଟାଉନ୍ ହଲ୍ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାପତି ମହାଦୀପ ଯଶୋବନ୍ତ ମହିମାଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ନବୀନ ସରକାର ବିରୋଧରେ ବିଭିନ୍ନ ନାରାବାଜି ପ୍ରଦର୍ଶନ କରାଯାଇଛି । ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୂତ୍ତଳିକା ଦାହ କରାଯାଇଥିଲା । ଏହି ବିକ୍ଷୋଭରେ ଜିଲ୍ଲା ଯୁବମୋର୍ଚା ସାଧାରଣ ସଂପାଦକ ରଞ୍ଜିତ୍ ବିଶାଲ , ନଗର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସଂକଳ୍ପ ଦାସ , ଉପସଭାପତି ସନ୍ତୋଷ ବେହେରା , କୋଷାଧ୍ୟକ୍ଷ ରାଜେନ୍ଦ୍ର ପ୍ରଧାନ , ସାଧାରଣ ସଂପାଦକ ବ୍ରହ୍ମାନନ୍ଦ ସାହୁ , ମିଡିଆ ସେଲ୍ ପ୍ରଭାରୀ ବିଭୁତି ଷଣ୍ଢ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର , ଜିଲ୍ଲା ମିଡ଼ିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ , ଜିଲ୍ଲା କୋଷାଧକ୍ଷ ସଞ୍ଜିବ ମହାପାତ୍ର , ଓବିସି ମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦକ ଧ୍ରୁବଚରଣ ସାହୁ , ନଗର ମଣ୍ଡଳ ସଭାପତି ଅଜୟ କୁମାର ଭଞ୍ଜଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *