ଅନନ୍ୟା ଫାଉଣ୍ଡେସନ ତରଫରୁ ମାରାଥନ ସେବା କାର୍ଯ୍ୟକ୍ରମ !

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଅନନ୍ୟା ଫାଉଣ୍ଡେସନ ତରଫରୁ ଆଜି ମାରାଥନ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅନନ୍ୟା ଫାଉଣ୍ଡେସନର ସଦସ୍ୟ ମାନେ ପ୍ରତି ମାସ ଭଳି ଏ ମାସରେ ମଧ୍ୟ ଗୁଣ୍ଠୁଣୀ ର ଦିବ୍ୟାଙ୍ଗ ସନ୍ତୋଷ ଓ ତାର ବିଧମା ମା’ ପାଖରେ ମାସକର ଖାଦ୍ୟ ସାମଗ୍ରୀ ପହଞ୍ଚାଇଥିଲେ । ସନ୍ତୋଷର ବାପା କାଶ୍ମୀରରେ ଦଶ ବର୍ଷ ତଳୁ ବିଦ୍ୟୁତ ଆଘାତ ପାଇ ମୃତ୍ୟୁ ବରଣ କରିଛନ୍ତି। ସେତେବେଳେ ଅର୍ଥ ଅଭାବରୁ ମର ଶରୀର ମଧ୍ୟ ଗାଁକୁ ଆସି ପାରି ନଥିଲା । ଏବେ ସନ୍ତୋଷ ଚାରି ବର୍ଷ ହେବ ସ୍ନାୟୁ ଜନିତ ରୋଗରେ ପୀଡ଼ିତ, ଚିକିତ୍ସା ପାଇଁ ଲକ୍ଷାଧିକ ଅର୍ଥର ଆବଶ୍ୟକ । ଯାହା ତାଙ୍କ ପରିବାର ପକ୍ଷେ ସମ୍ଭବ ନୁହେଁ । ଖାଇବା ପାଇଁ ଅସୁବିଧା ଭୋଗୁଥିବା ସନ୍ତୋଷର ପରିବାରକୁ ଅନନ୍ୟା ଫାଉଣ୍ଡେସନ ପ୍ରତି ମାସରେ ରାସନ ପହଞ୍ଚାଉଛି ।

ପରେ ଅନନ୍ୟା ଫାଉଣ୍ଡେସନ ଇଟାମାଟି ବଜାର ଓ ଥାନାରେ ପହଞ୍ଚି ମାସ୍କ ବାଣ୍ଟିବା ସହ କରୋନାର ଭୟାବହତା ବର୍ତ୍ତମାନ ସୁଦ୍ଧା ଯାଇନଥିବା ବେଳେ ଆମେ ତୃତୀୟ ଲହର ଆଡ଼କୁ ଗତି କରୁଥିବା ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଙ୍କୁ ସଚେତନତା କରାଇଥିଲେ । ସୁଚନା ମୁତାବକ ଅନନ୍ୟା ଫାଉଣ୍ଡେସନ ପଣ୍ଡୁସର ଗ୍ରାମର ଦୁଇ ମାଆ ବାପ ଛେଉଣ୍ଡ ପିଲାଙ୍କ ପାଖରେ ପହଞ୍ଚି ସେମାନଙ୍କୁ କିଛି ଆର୍ଥିକ ସହାୟତା କରିବା ସହ ଖୁବ ଶୀଘ୍ର ସେମାନଙ୍କ ପଢ଼ା ଦାୟିତ୍ୱ ଓ ଚଳିବାର ବ୍ୟବସ୍ଥା କରାଯିବ ବୋଲି ସେମାନଙ୍କୁ ଆଶ୍ଵସନା ଦେଇଥିଲା । ପଣ୍ଡୁସରର ଏ ଦୁଇ ପିଲା ୯ ବର୍ଷ ତଳେ ଉଦର ଜନିତ ସମସ୍ୟାରେ ତାଙ୍କ ମାଆ କୁ ହରାଇଥିବା ବେଳେ ଗତ ଅଗଷ୍ଟ ୧ ତାରିଖରେ ଶ୍ଵାସ ଜନିତ ରୋଗରେ ବାପା ମୃତ୍ୟୁବରଣ କରିଛନ୍ତି । ସଂଗଠନର ଏପରି ସମର୍ପିତ ସେବା ମନୋଭାବକୁ ସାଧାରଣରେ ବେଶ ପ୍ରଶଂସା ମିଳିଛି .

Leave a Reply

Your email address will not be published. Required fields are marked *