ଦୁଃଖ ବୁଝିଲେନି ଥାନା ବାବୁ : ଜିଲ୍ଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧା

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ପାରିବାରିକ କଳହ କୁ ନେଇ ହଣାକଟା । ଥାନାରେ ଅଭିଯୋଗ । ଜମିବାଡ଼ି ବିବାଦ କୁ କେନ୍ଦ୍ରକରି ଘଟିଯାଇଛି ତୁମୁଳ କାଣ୍ଡ । ଦୁଇପୁଅ ଙ୍କ ଠାରୁ ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ସାନଭାଇଓ ମା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ବାରୁଆ ପଞ୍ଚାୟତ ତରାଣ୍ଡ ଗ୍ରାମରେ । ସୂଚନା ରୁ ପ୍ରକାଶ ଯେ ତରାଣ୍ଡ ଗ୍ରାମର ମଥୁରି ନାୟକଙ୍କ ସ୍ୱାମୀ ଦୁଇବର୍ଷ ହେବ ଆରପାରିକୁ ଚାଲିଗଲା ପରେ ବୁଢ଼ୀ ମା ମଥୁରି ନାୟକଙ୍କୁ ଖାଇବା ପିଇବା ଦେବା ତ ଦୁରର କଥା ଆଡ଼ ଆଖିରେ ବି ଚାହିଁଲେନି ମଝିଆ ଦୁଇ ପୁଅ । ବଡ ଓ ସାନପୁଅ ମା ଟି ର ଦେଖାଶୁଣା କରନ୍ତି ବୋଲି କାଳେ ସବୁ ସମ୍ପତି ମା ଦୁଇ ପୁଅ ବଡ଼ ଓ ସାନଙ୍କୁ ଦେଇଦେବ ଏହି ଚିନ୍ତାଧାରା ମନରେ ରଖି ଦୁଇ ମଝିଆ ପୁଅ ବିମ୍ବାଧର ନାୟକ ଓ ରମେଶ ନାୟକ ବୁଢ଼ୀ ମା ଙ୍କୁ ହତାଦାର କରିବା ସହିତ ଜମିବାଡ଼ି ଭାଗବାଣ୍ଟ କୁ ନେଇ ପ୍ରତେକ ଦିନ ଝଗଡା ଲାଗନ୍ତି . ଏହାକୁ ବଡ଼ ଓ ସାନ ଭାଇ ବିରୋଧ କରିବାରୁ ଦୁଇ ମଝିଆ ପୁଅ ବୁଢ଼ୀ ମା ଙ୍କୁ ମାଡ଼ ମାରିବା ସହିତ ଦୁଇ ଭାଇଙ୍କୁ ମଧ୍ୟ ମରଣାତ୍ମକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି . ଏପରିକି ଘଟଣାର ପ୍ରତିବାଦ କରିବାରୁ ସାନ ଭାଇଙ୍କ ସ୍ତ୍ରୀ ଙ୍କୁ ମଧ୍ୟ କଟୁରୀରେ ହାଣି ଥିବା ନିକିରାଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ହେଲେ ଏହି ଘଟଣା କୁ ଦୀର୍ଘ ଦିନ ବିତିଯାଇ ଥିଲେ ମଧ୍ୟ ନିକିରାଇ ପୋଲିସ ର ଅଭିଯୁକ୍ତଙ୍କ ପ୍ରତି କୋହଳ ମନୋଭାବ ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ଆକ୍ରମଣ ହୋଇଥିବା ଜଖମ ଫଟକୁ ଧରି ସାନପୁଅ ସନାତନ ନାୟକ, ମା ମଥୁରି ନାୟକ କେନ୍ଦ୍ରାପଡା ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *