ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଲୋକମାନଙ୍କୁ ସେବା ଯୋଗାଇଦେବା ପାଇଁ ସରକାର ପ୍ରତି ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି । କିନ୍ତୁ ଲୋକମାନେ ଜରୁରୀକାଳୀନ ଚିକିସ୍ଥା କ୍ଷେତ୍ରରେ ୧୦୮ ଆମ୍ବୁଲାନ୍ସ ସେବା ପାଇବା ପାଇଁ ଡହଳ ବିକଳ ହେଉଥିବା ବେଳେ ଗ୍ରାମାଞ୍ଚଳ ର ଗରିବ ଲୋକଙ୍କ କଥା କହିଲେ ନସରେ । ଗ୍ରାମାଞ୍ଚଳର ଲୋକମାନଙ୍କ ପାଖରେ ଗମନାଗମନର ପର୍ଯ୍ୟାପ୍ତ ସୁବିଧା ସୁଯୋଗ ନାହିଁ । ଯେଉଁଥି ପାଇଁ ସେମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ସହଭାଗିତାରେ ଉପଲବ୍ଧ ୧୦୮ ଆମ୍ବୁଲାନ୍ସ ସେବା ଉପରେ ଲୋକେ ଅଧିକ ନିର୍ଭରଶୀଳ । କିନ୍ତୁ ଯଦି ଏହି ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଉଥିବା ଗାଡି ଖତ ଖାଇବ ତେବେ ଲୋକଙ୍କ ପାଖରେ ଏହି ସେବା ଠିକ ସମୟରେ ପଂହଁଚିବ କିପରି ? ଏ କଥା ଆମେ କହୁନୁ ,ଏ ହେଉଛି ବେଗୁନିଆ ଡାକ୍ତରଖାନା ପରିସରରେ ୧୦ ଶଯ୍ୟା ବିଶିଷ୍ଟ ବିଲ୍ଡିଂ ପଛପଟେ ଥିବା ପଣସ ଗଛ ନିକଟରେ ଖତ ଖାଉଥିବା ଓଡ଼ି ୦୨ ଇ ୧୬୩୦ ନଂ ବିଶିଷ୍ଟ ଆମ୍ବୁଲାନ୍ସ କଥା । ଦୀର୍ଘ ୬ ମାସରୁ ଉର୍ଧ୍ଵ ସମୟ ହେବ ଆମ୍ବୁଲାନ୍ସ ଟି ଏଠାରେ ଖତ ଖାଉଥିବା ବେଳେ ଏହା ଉପରୁ ଲୋକମାନଙ୍କ ନଜର ଏଡ଼ାଇବା ପାଇଁ ତାକୁ ଏକ ପ୍ରକାର ଲୁଚାଇ ରଖା ଯାଇଥିବା ଭଳି ମନେ ହେଉଛି ।ସାଧାରଣ ଲୋକମାନଙ୍କର ନଜର ଯେପରି ସହଜରେ ନପଡିବ ତାକୁ ସେହିପରି ଜାଗାରେ ରଖାଯାଇଛି ।ସୂଚନା ଅନୁସାରେ ଏହି ଗାଡିଟି ଏଠାରେ ଖରାପ ହୋଇ ପଡିରହିଛି ।ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ ସରକାରଙ୍କ ସମ୍ପତ୍ତି ଖରାପ ହେଲେ କଣ ତାର ମରାମତି ହୁଏ ନାହିଁ କି ? ନାଁ ସରକାର କା ମାଲ ଦରିୟା ମେ ଡାଲ ନ୍ୟାୟରେ ଖରାପ ହେଉଥିବା ସମସ୍ତ ଜିନିଷକୁ ମରାମତି କରା ନ ଯାଇ ଖତ କରିବା ପାଇଁ ସରକାରଙ୍କର ନିୟମ ରହିଛି । ଯଦି ଏହି ଜିନିଷଟି ବିଭାଗୀୟ କର୍ମଚାରୀ ମାନଙ୍କର ବ୍ୟକ୍ତିଗତ ଜିନିଷ ହୋଇଥାନ୍ତା ତାହେଲେ କଣ ତାର ମରାମତି ନକରି ଏପରି ଖତ କରିବାକୁ ଦେଇଥାନ୍ତେ । ସ୍ୱାସ୍ଥ୍ୟଗତ ବିପଦ ସମୟରେ ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇବାରେ ସ୍ୱାସ୍ଥ୍ୟ ବିଭାଗ ବିଫଳ କାହିଁକି ???