ସୁକିନ୍ଦା ମଜୁଦୁର ଶ୍ରମିକ ସଙ୍ଘ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ l

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଅଞ୍ଚଳ କ୍ରୋମାଇଟ ମଜୁଦୁର ଶ୍ରମିକ ସଙ୍ଘ ପକ୍ଷରୁ କାଳିଆପାଣି ଠାରେ ବିଶ୍ୱ ଆଦିବାସୀ ଦିବସ ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଛି l ଖଣି ପ୍ରଭାବିତ ଦଶ ଗୋଟି ପଞ୍ଚାୟତର ଆଦିବାସୀ ପୁରୁଷ ମହିଳା ମାନେ ଉପସ୍ଥିତ ରହି ଆଦିବାସୀ ପାରାମ୍ପାରିକ ସଂଗୀତ ନୃତ୍ୟ ମଧ୍ୟରେ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ l ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥ ମନ୍ତ୍ରୀ ଡ଼. ପ୍ରଫୁଲ ଚନ୍ଦ୍ର ଘଡେଇ , ସମ୍ମାନୀତ ଅତିଥି ମଜୁଦୁର ସଂଘର ନାରାୟଣ ଚନ୍ଦ୍ର ଧୀର, ଆଇନଜୀବି ବିବେକାନନ୍ଦ ବୋଷ, ବିଦ୍ୟାଧର ପାତ୍ର, ନାରୀନେତ୍ରୀ ଶ୍ରୀମତୀ ଭାଗବତ ମାହାନ୍ତ ଏବଂ କାଳିଆପାଣି ସରପଞ୍ଚ ଶ୍ରୀମତୀ କଳ୍ପନା ଜେନା ପ୍ରମୁଖ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *