କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ମଦ୍ୟପ କଲା ଉତ୍ପାତ , ଏପରିକି ପୋଲିସ କର୍ମଚାରୀଙ୍କୁ ଚପଲ ଉଠାଇ ମାଡ ମାରିବା ପାଇଁ ଉଦ୍ୟତ ହେଲା . କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ନରସିଂହପୁର ପଞ୍ଚାୟତ ହଳଦିଆ କୋଠି ଛକରେ ଘଟିଥିବା ଏହି ଘଟଣା ଏବେ ସୋସାଲ ମିଡିଆରେ ହେଉଛି ଭାଇରାଲ । ଟିକେ ଭଲ ଭାବରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । ଏ ହେଉଛି କେନ୍ଦ୍ରାପଡା ଜିଲା ଡେରାବିଶ ଥାନା ନରସିଂହପୁର ପଞ୍ଚାୟତ ହଳଦିଆ କୋଠି ଛକ ନିକଟର ଦୃଶ୍ୟ । ଜଣେ ପୋଲିସ କର୍ମଚାରୀଙ୍କୁ ମଦ୍ୟପ ଜଣକ ନିଜ ପାଦ ତଳୁ ଚପଲ ଖୋଲି ମାଡ ମାରିବାକୁ ଉଦ୍ୟମ କରୁଥିବା ଦେଖା ଯାଉଛି . ଯେଉଁ ଦୃଶ୍ୟ ମୋବାଇଲ ରେ ରେକର୍ଡ ହୋଇ ଅପଲୋଡ଼ ହେବ ପରେ ହେବାରେ ଲାଗିଛି ଭାଇରାଲ । ସୂଚନା ଅନୁଯାୟୀ ପୋଲିସ କର୍ମଚାରୀ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ନେମାଳ ଥାନାରେ କାର୍ଯ୍ୟରତ ଥିବା ଜଣାପଡିଛି । ଅନ୍ୟପକ୍ଷରେ ପୋଲିସ କର୍ମଚାରୀ ମଦ୍ୟପ ବ୍ୟକ୍ତି ଙ୍କୁ ପ୍ରଥମେ ଦୁର୍ବ୍ୟବହାର କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏପରି ଅଘଟଣର ପ୍ରକୃତ କାରଣ କଣ , ତାହା ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।