ଅନୁକମ୍ପା ରାଶି ପ୍ରଦାନ ଏବଂ ରାତ୍ରିକାଳୀନ କର୍ଫୁ ଉଠାଇବା ପାଇଁ ନୟାଗଡ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କଲା କଳାକାର ସଂଘ !

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ ସଂକ୍ରମଣ ପରିସ୍ଥିତିରେ ଲାଗୁ ହୋଇଥିବା କଟକଣା କାରଣରୁ ବନ୍ଦ ରହିଛି ମଞ୍ଚ . ଆଜି କ୍ରାନ୍ତି ଦିବସରେ ନୟାଗଡ ଜିଲ୍ଲାର ସମସ୍ତ ବର୍ଗର କଳାକାର ଏବଂ ମଞ୍ଚ କର୍ମଚାରୀ ମାନେ ନୟାଗଡ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । କୋଭିଡ -୧୯ ଯୋଗୁଁ ସରକାର ବନ୍ଦ କରିଥିବା ମଞ୍ଚ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଡି ହୋଇ ରହିଥିବା କଳାକାର ମାନଙ୍କୁ ମାସକୁ ୫୦୦୦ ଲେଖାଏଁ ଅନ୍ୟୁନ ୬ ମାସର ଅନୁକମ୍ପା ରାଶି ପ୍ରଦାନ ଏବଂ ରାତ୍ରିକାଳୀନ କର୍ଫୁ ଉଠାଇବା ପାଇଁ ଜିଲ୍ଲାର ୧୫୦ ରୁ ଉର୍ଦ୍ଧ୍ୱ କଳାକାର ଏକାଠି ହୋଇ ଜିଲ୍ଲାପାଳ ଙ୍କ ନିକଟକୁ ଯାଇ ଦାବୀପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *