ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳର ବାଜିଚୌକ ଠାରୁ ଟାଉନହଲ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଏହି ଓଡ଼ିଆ ଭାଷା ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷାର ଗୁରୁତ୍ୱ ତଥା ଭୂମିକା ଦୃଷ୍ଟିରୁ କିଭଳି ଭାବେ ଏହାର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖାଯାଇ ପାରିବ ସେଥିପାଇଁ ଏହି ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ଆନ୍ଦୋଳନର ପୁରୋଧା ସୁବାଷ ଚନ୍ଦ୍ର ପଟ୍ଟନାୟକ ଙ୍କ ତତ୍ୱବଧାନରେ ଢେଙ୍କାନାଳର ସର୍କିଟ ହାଉସ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଭାଷା ଆନ୍ଦୋଳନର ଭୂମିକା ତଥା ଗୁରୁତ୍ୱ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଆଜିର ଏହି ରାଲିରେ ଭାଷା ଆନ୍ଦୋଳନର ପୁରୋଧା ସନ୍ତୋଷ ଚନ୍ଦ୍ର ପଟ୍ଟନାୟକ, ଦୀପ୍ତିଶ ପଟ୍ଟନାୟକ, ସୌମେନ୍ଦୁ ଶତପଥୀ, ପ୍ରକାଶ ରାଉତ, ବିଶ୍ୱଜିତ ବରାଳ, ବୈକୁଣ୍ଠ ନାଥ ଦ୍ୱିବେଦୀ, ଟଙ୍କଧର ବେହେରାଙ୍କ ସମେତ ଅନେକ ମାତ୍ରାରେ ଓଡ଼ିଆ ଭାଷା ପ୍ରେମୀ ଯୋଗ ଦେଇଥିଲେ ।
ଓଡ଼ିଆ ଭାଷା ର ସୁରକ୍ଷା ପାଇଁ ଢେଙ୍କାନାଳ ରେ ସଚେତନତା ରାଲି !

